Latest Odisha News

BREAKING NEWS

କମିଶନରେଟ ପୋଲିସ ପଞ୍ଝାରେ ହାଇୱେ ଲୁଟେରା ଗ୍ୟାଙ୍ଗ, ୫ ଲୁଟେରା ଗିରଫ

ଭୁବନେଶ୍ବର: ନୟାପଲ୍ଲୀ ଥାନା ପୋଲିସ ପକ୍ଷରୁ ୫ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ଲୁଟେରାମାନେ ସ୍ପିଡ୍‌‌ ବାଇକରେ ଆସି ଲୋକଙ୍କୁ ଲୁଟୁଥିଲେ। ଚଳନ୍ତା ଗାଡ଼ିରୁ ସୁନାଚେନ୍ ଲୁଟି ‌ନେଉଥିଲେ। ମହିଳାଙ୍କ ବେକରୁ ସୁନା ଚେନ୍‌‌, ହାତରୁ ବ୍ୟାଗ ଝାମ୍ପି ଆଖି ପିଛୁଳାକେ ଫେରାର ହୋଇଯାଉଥିଲେ। ଏଭଳି ଲୁଟ୍‌‌ କରି ଆତଙ୍କ ଖେଳାଇଥିବା ରାଜପଥ ଲୁଟେରା ଗ୍ୟାଙ୍ଗକୁ ଧରିଛି କମିଶନରେଟ୍‌‌ ପୋଲିସ।

କମିଶନରେଟ ପୋଲିସ ପଞ୍ଝାରେ ଏବେ ଏହି ହାଇୱେ ଲୁଟେରା ଗ୍ୟାଙ୍ଗ। ୫ ଜଣ ଲୁଟେରାଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଦାମୀ ବାଇକ୍‌‌ ଏବଂ ଚୋରି କରାଯାଇଥିବା ବହୁ ପରିମାଣର ସୁନାରୁପା ଅଳଙ୍କାର ଜବତ କରାଯାଇଛି। ପୋଲିସ କମିଶନର ସଞ୍ଜୀବ ପଣ୍ଡା ଗୁରୁବାର ଏକ ସମ୍ୱାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ତେବେ ଲୁଟ୍ ପରେ ଯେଭଳି ପୋଲିସ୍ ଟେର୍ ପାଇବ ନାହିଁ ସେଥିପାଇଁ ଲୁଟେରାମାନେ ଗାଡିର ନମ୍ବର ପ୍ଲେଟ୍ ବଦଳାଇ ଦେଉଥିଲେ। ସେମାନଙ୍କଠାରୁ ସୁନାଚେନ୍, ବାଇକ୍ ଏବଂ ନଗଦ ଟଙ୍କା ଜବତ ହୋଇଛି ବୋଲି ପୋଲିସ୍ କମିଶନର ସଞ୍ଜିବ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଅଭିଯୁକ୍ତମାନେ ପୂର୍ବରୁ ଅନ୍ୟ କୌଣସି ମାମଲାରେ ସମ୍ପୃକ୍ତ ରହିଛନ୍ତି କି ନାହିଁ ସେ ଦିଗରେ ପୋଲିସ ଅଧିକ ତଦନ୍ତ ଚଳାଇଛି।

Comments are closed.