Latest Odisha News

BREAKING NEWS

ସେନା ଟ୍ରକ ଅଗ୍ନିକାଣ୍ଡ ଘଟଣାରେ ଆତଙ୍କବାଦୀଙ୍କ ହାତ

ପୁଂଚ: ଜମ୍ମୁ-କଶ୍ମୀରର ପୁଂଚ ଜିଲ୍ଲାରେ ଆଜି ଘଟିଥିବା ସେନା ଟ୍ରକ ଅଗ୍ନିକାଣ୍ଡରେ ଆତଙ୍କବାଦୀଙ୍କ ହାତ ଥିବା ସ୍ପଷ୍ଟ ହୋଇଛି । ଏହି ଘଟଣାରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ସେନା ପକ୍ଷରୁ ଏ ନେଇ ବୟାନ ଜାରୀ କରାଯାଇଛି । ଅପରାହ୍ନ ୩ଟା ସମୟରେ ସେନା ଟ୍ରକଟି ଭିମ୍ବରରୁ ପୁଂଚକୁ ଯାଉଥିବା ବେଳେ ଆତଙ୍କବାଦୀ ଟ୍ରକ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ ଓ ଗୁଳିମାଡ କରିଥିଲେ । ଯାହା ଫଳରେ ଟ୍ରକଟି ଜଳି ଯାଇଥିଲା । ଖରାପ ପାଗର ଫାଇଦା ଉଠାଇ ଆତଙ୍କବାଦୀମାନେ ଏହି କାର୍ଯ୍ୟ କରିଥିବା ନଦର୍ଣ୍ଣ ହେଡକ୍ୱାର୍ଟର ପକ୍ଷରୁ କୁହାଯାଇଛି । ଜୈସ ସମର୍ଥୀତ ପିଏଏଏଫ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ।

ପ୍ରଥମେ ବଜ୍ରପାତ କିମ୍ବା ଅନ୍ୟ କୌଣସି କାରଣରୁ ଟ୍ରକରେ ନିଆଁ ଲାଗିଥିବା ଅନୁମାନ କରାଯାଉଥିଲା । ଏବେ ଏହା ପଛରେ ଆତଙ୍କବାଦୀଙ୍କ ଭୂମିକା ଥିବା ଜଣାପଡିଛି । ସେନା ପକ୍ଷରୁ ଏହାର ତଦନ୍ତ ନିଦେ୍ର୍ଧଶ ଜାରୀ କରାଯାଇଛି । ବିଭିନ୍ନ ଭିଡିଓରେ ଟ୍ରକଟି ଜଳୁଥିବା ଓ ଅନ୍ୟ ଯବାନମାନେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଛି । କିଛି ଦିନ ହେବ ଆତଙ୍କବାଦୀ ଆକ୍ରମଣ ଥମି ଯାଇଥିବା ବେଳେ ଏହି ଘଟଣା ପୁନର୍ବାର ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି ।

Leave A Reply

Your email address will not be published.