Latest Odisha News

BREAKING NEWS

ଛୁଆଙ୍କୁ ଟିକାକରଣରେ ଓଡ଼ିଶା ଆଗରେ, ପ୍ରଶଂସା କଲା ୟୁନିସେଫ୍

ଭୁବନେଶ୍ୱର: ଜାତୀୟ ହାର ଠାରୁ ଛୁଆଙ୍କୁ ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଗୁଆ । ୟୁନିସେଫ୍ ପକ୍ଷରୁ ଫର୍ ଏଭ୍ରି ଚାଇଲ୍ଡ, ଭ୍ୟାକ୍ସିନେସନ୍ ରିପୋର୍ଟ ‘ଦ ଷ୍ଟେଟ୍ ଅଫ୍ ଦି ୱାର୍ଲ୍ଡ୍ସ ଚିଲଡ୍ରେନ୍ ୨୦୨୩’ ପ୍ରକାଶ ପାଇଛି । କୋଭିଡ୍ ପାଇଁ ଅନେକ ଛୁଆ ବିଶ୍ୱରେ ଟିକା ନେଇ ନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୯ରୁ ୨୦୨୧ ମଧ୍ୟରେ ବିଶ୍ୱରେ ୬୭ ମିଲିୟନ୍ ଛୁଆ ଅଳ୍ପ କିଛି ଟିକା ନେଇଥିବା ବେଳେ ୪୮ ମିଲିୟନ୍ ଛୁଆ ଆଦୌ ଟିକା ନେଇ ନଥିବା ୟୁନିସେଫ୍ ପ୍ରକାଶ କରିଛି ।

ରିପୋର୍ଟ ଅନୁସାରେ, ୫୫ଟି ରାଷ୍ଟ୍ର ମଧ୍ୟରୁ ଚୀନ, ଭାରତ ଓ ମେକ୍ସିକୋରେ ଛୁଆଙ୍କୁ ଟିକାକରଣ ବଢ଼ିଛି । ଓଡ଼ିଶାରେ ୯୦.୫ ପ୍ରତିଶତ ଛୁଆଙ୍କୁ ଟିକାକରଣ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରିଛି ୟୁନିସେଫ୍ । ଯେତେବେଳେ କି ଛୁଆଙ୍କୁ ଟିକାକରଣର ଜାତୀୟ ହାର ମାତ୍ର ୭୬.୪ ପ୍ରତିଶତ ରହିଛି ।

ଓଡ଼ିଶାରେ ପଞ୍ଚାୟତିରାଜ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଟିକାକରଣ ସଫଳ ହୋଇଥିବା ରିପୋର୍ଟରେ କୁହାଯାଇଛି । ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଓଡ଼ିଶାରେ ୧୪୪ଟି ଆଦିବାସୀ ବହୁଳ ବ୍ଲକ ସହ ୧୩ଟି ଆଦିବାସୀ ବହୁଳ ଅଞ୍ଚଳକୁ ଯିବାଆସିବାର ସୁବିଧା ନାହିଁ । ସେଠାକୁ ଯାଇ ଛୁଆଙ୍କୁ ଟିକାକରଣ କରିବା ଏକ ବଡ଼ ଚ୍ଯାଲେଞ୍ଜ । ତେବେ ସରକାରଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ।

ରିପୋର୍ଟ ଅନୁସାରେ, ୨୦୧୯ରୁ ୨୦୨୧ ମଧ୍ୟରେ ୧୧୨ଟି ଦେଶରେ ଛୁଆଙ୍କୁ ଟିକାକରଣ ହାର କମିଥିବା ବେଳେ ଭାରତରେ ବଢ଼ିଛି । ୨୦୨୨ରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇଥିବା ୟୁନିସେଫ୍ ରିପୋର୍ଟରେ ପ୍ରକାଶ କରିଛି ।

Leave A Reply

Your email address will not be published.