Latest Odisha News

BREAKING NEWS

ମଦ ଭାଟିରେ ଅବକାରୀ ବିଭାଗର ଚଢାଉ ବେଳେ ୫ ଆହତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ମାଲିଡିହି କରଲାକାନୀ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦେଶୀ ମଦ କାରବାର ଚାଲିଥିବାବେଳେ ବିଶେଷ ସୂତ୍ରରୁ ଖବରପାଇ ଆଜି ମଦ ଭାଟି କର୍ମଚାରୀଙ୍କ ଉପରେ ଚଢଉ କରିଥିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ଟିମ୍ । ଅବକାରୀ ବିଭାଗର ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀ ଆକ୍ରମଣ କରିଛନ୍ତି । ଯେଉଁଥିରେ ୫ ଜଣ ଆହତ ହୋଇଛନ୍ତି ।

ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ରାଜଗାଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇ ଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାଉରକେଲା ଆଇଜିଏଚ୍ କୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଘଟଣାକୁ ନେଇ ଅବକାରୀ ବିଭାଗ ପକ୍ଷରୁ ରାଜଗାଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Comments are closed.