Latest Odisha News

BREAKING NEWS

ଏଟିଏମ୍ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ 

ନବରଙ୍ଗପୁର: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏସ୍‌ବିଆଇ ଏଟିଏମ୍ ଲୁଟ୍‌ ଘଟଣାର ପର୍ଦ୍ଦାଫାସ। ଏହି ଲୁଟ୍‌ ଘଟଣାରେ ପୋଲିସ ୫ ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୫ ଲକ୍ଷ ୯୭ ହଜାର ୨୦୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ନକଲି ନମ୍ବର ପ୍ଲେଟ ଥିବା କାର ଓ ୪ଟି ମୋବାଇଲ ଜବତ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସକିଲ ଖାନ୍‌, ଫାଜଲ ଓରଫ, ଶାହରୁଖ ଖାନ , ଜାହୁଲ ଖାନ ଓ ନିଖିଲ କୁମାର । ଲୁଟେରାମାନେ ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏସ୍‌ବିଆଇ ଏଟିଏମରୁ ୧୯ ଲକ୍ଷ ୫୦ ହଜାର ଟଙ୍କା ଲୁଟିଥିଲେ। ପୋଲିସ ସେଠାରେ ପହଁଞ୍ଚିବା ବେଳକୁ ସେମାନେ ସେଠୁ ଫେରାର୍ ହୋଇ ଯାଇଥିଲେ। ତେବେ ଲୁଟେରାମାନେ ଲୁଟ୍ ସ୍ଥାନରୁ ୩୦ କିଲୋମିଟର ଦୂର ଡାବୁଗାଁ ନିକଟସ୍ଥ ଜଙ୍ଗଲରେ ଗାଡ଼ି ଛାଡ଼ି କେଉଁଆଡ଼େ ଲୁଚି ଯାଇଥିଲେ। ଏସ୍‌ପି ରୋହିତ ବର୍ମାଙ୍କ ନେତୃତ୍ଵରେ ପୋଲିସ୍ ସମସ୍ତଙ୍କୁ ଗିରଫ କରିଛି।

Comments are closed.