Latest Odisha News

BREAKING NEWS

କିଏ ମୟୁର କିଏ ମୟୁରୀ, ଜାଣିବେ କିପରି

ଭୁବନେଶ୍ଵର: ଆପଣମାନେ ସାଧାରଣତଃ ଦୁଇ ପ୍ରକାରର ମୟୂର ଦେଖିଥିବେ । ଗୋଟିଏ ମୟୂର ଦେହରେ ଅନେକ ସବୁଜ ରଙ୍ଗର ପଙ୍ଖ ଥାଏ । ମାତ୍ର ଏପରି ଏକ ମୟୁର ଥାଏ ଯାହାର ଶରୀରରେ କୌଣସି ପଙ୍ଖ ନଥାଏ । ଏହି ଦୁଇ ପ୍ରକାର ମୟୁରଙ୍କ ଭିତରେ କଣ ରହିଛି ପାର୍ଥକ୍ୟ ଆସନ୍ତୁ ଜାଣିବା ।

ଆପଣମାନେ ଦେଖିଥିବେ ଯେ କିଛି ମୟୁରଙ୍କ ଦେହରେ ସବୁଜ କିମ୍ବା କଲରଫୁଲ ପଙ୍ଖ ଥାଏ । ଏବଂ ସେଗୁଡିକ ବହୁତ ଲମ୍ବା ଲମ୍ବା ହୋଇଥାଏ । ବେଳେ ବେଳେ ମୟୂରମାନେ ଏହି ପଙ୍ଖକୁ ଉଠାଇ ନାଚିଥାଆନ୍ତି । ଏହି ମୟୁର ହେଉଛନ୍ତି ପୁରୁଷ ମୟୁର । ଏହି ମୟୁରଙ୍କର ରଙ୍ଗ ସବୁଜ ହୋଇଥାଏ । ଏବଂ ତାଙ୍କ ମୁଣ୍ଡରେ ମୁକୁଟ ପରି ପଙ୍ଖ ଥାଏ । ମୟୁରର ସ୍ଵର ମୟୁରୀର ସ୍ଵର ଅପେକ୍ଷା ବହୁତ ଉଚ୍ଚ ।

କିନ୍ତୁ, ମହିଳା ମୟୂର ବା ମୟୁରୀ ଦେହରେ କୌଣସି ପଙ୍ଖ ନଥାଏ । ସେମାନଙ୍କର ଲାଞ୍ଜ ମଧ୍ୟ ଛୋଟ ଛୋଟ । ଏହା ସହିତ, ମୟୁରୀର ରଙ୍ଗ ସାଧାରଣତଃ ବାଦାମୀ ରଙ୍ଗର ହୋଇଥାଏ । ଏମାନଙ୍କ ମଥାରେ କୌଣସି ପଙ୍ଖ ନଥାଏ । ଏମାନଙ୍କ ଆକାର ମଧ୍ୟ ବହୁତ କମ୍ ହୋଇଥାଏ । ଏମାନଙ୍କ ଓଜନ ପ୍ରାୟ ଚାରି କିଲୋ ହୋଇଥାଏ ।

Leave A Reply

Your email address will not be published.