ଗୌହାଟୀ: ଆସାମର ଦିମା ହାସାଓ ଜିଲ୍ଲାରେ ଆତଙ୍କବାଦୀମାନେ ଲଙ୍କାକାଣ୍ଡ ରଚିଛନ୍ତି । ରିପୋର୍ଟ ମୁତାବକ ଦିମାସା ନ୍ୟାଶନାଲ ଲିବେରେସନ ଆର୍ମି (ଡିଏନଏଲଏ)ର ଆତଙ୍କୀ ସଂଗଠନ କୋଇଲା ବୋଝେଇ ଟ୍ରକ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି ।
ଗୁଳିମାଡ ହେବା ପରେ ଟ୍ରକଗୁଡିକ ଅଟକି ଯାଇଥିଲା । ଏହାପରେ ଆତଙ୍କୀମାନେ ନିଆଁ ଲଗାଇ ଫେରାର ହୋଇ ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପଂହଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ କରିଥିଲେ ।
Comments are closed.