ଭୁବନେଶ୍ୱର : ରାଜଧାନୀରେ କ୍ରିମିିନାଲ ମାନଙ୍କ ଆତଙ୍କ ବଢିବାରେ ଲାଗିଛି । କମ୍ପିଟେଟିଭ୍ ଛାତ୍ର ଏବେ ପାଲଟିଛନ୍ତି ହାର୍ଡକୋର କ୍ରିମିନାଲ । କଟୁରୀ ଗ୍ୟାଙ୍ଗ ସହ ମିଶି ଭୁବନେଶ୍ୱରରେ ଲୋକଙ୍କୁ ଲୁଟୁଛନ୍ତି ଛାତ୍ର । ଆଉ ଏହି ଗ୍ୟାଙ୍ଗର ୫ ଜଣଙ୍କୁ ଧରିଛି କମିଶନରେଟ ପୋଲିସ । ଜଣେ ନାବାଳକ ସହ ପୁରୀ ଜିଲ୍ଲାର ନାରାୟଣ ବାରି, କଟକ ତିଗିରିଆର ରକି , ବରମୁଣ୍ଡା ହାଉସିଂବୋର୍ଡର ରାଜେସ ସାମଲ ସହ କେନ୍ଦ୍ରାପଡା ପଟାମୁଣ୍ଡାଇର ସୌମ୍ୟ ରଞ୍ଜନ ସିଂଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।
ଏହି ଗ୍ୟାଙ୍ଗର ଥିବା ଅଭିଯୁକ୍ତମାନେ ଭୁବନେଶ୍ୱରେ ମୋବାଇଲ ଫୋନ, ଗହଣ। , ଲୁଟପାଟ ଆଦି କରୁଥିଲେ ।ଏହି ଅଭିଯୁକ୍ତ ମାନଙ୍କ ଠାରୁ ୨୬ଟି ମୋବାଇଲ ଫୋନ୍, ୩୦ ହଜାର ଟଙ୍କା, ୫ଟି ହାତଘଣ୍ଟା ଓ ୪ଟି ବାଇକ ଜବତ କରିଛି ପୋଲିସ । ଯେଉଁଥିରେ ଗୋଟିଏ ଚୋରା ବାଇକ ରହିଛି ।
ଏହି ଛାତ୍ରମାନେ କମ୍ପିଟେଟିଭ୍ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଆସିଥିଲେ । ପାଖରେ ପଇସା ନଥିବାରୁ ଲସି ଦୋକାନ କରି ଦି ପଇସା ଇନକମ୍ କରୁଥିଲେ । ହେଲେ ସେହି ଲସି ଦୋକାନର ଅନ୍ୟଜଣେ ଗିରଫ ଅଭିଯୁକ୍ତ ସହ ମିଳାମିଶା କରି ହୋଇଯାଇଥିଲେ ହାର୍ଡକୋର କ୍ରିମିନାଲ ।
କଟୁରୀ ଗ୍ୟାଙ୍ଗ ସହ ସାମିଲ ହୋଇ ଭୁବନେଶ୍ୱରରେ ଆତଙ୍କ ଖେଳାଉଥିଲେ ।ମୋବାଇଲ ଫୋନ୍ ଓ ଟଙ୍କା ପାଇଁ ନିଛାଟିଆ ସ୍ଥାନରେ ଏକୁଟିଆ ଲୋକଙ୍କୁ ଦେଖିଲେ ଏହି ଗ୍ୟାଙ୍ଗ ଲୁଟ ପାଟ କରୁଥିଲେ । ସେପଟେ ଏହି ଗ୍ୟାଙ୍ଗ ଆଉ କେଉଁ ବଡ ଧରଣର ଲୁଟରେ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ।
Comments are closed.