ଭୁବନେଶ୍ବର: ଛାତ୍ରୀମାନଙ୍କୁ ସଶକ୍ତ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ରାଜ୍ୟରେ ୫ ଟି ନୂଆ ମହିଳା ଏଏନସିସି ବାଟାଲିୟନ ଖୋଲିବାକୁ ଯାଉଅଛି। ଏନେଇ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ ।
ରାଜ୍ୟର ବର୍ତ୍ତମାନ ଏଏନସିସି କ୍ୟାଡେଟ ସଂଖ୍ୟା ୬୩,୦୦୦ ରହିଥିବା ବେଳେ ଏହାକୁ ୯୦,୦୦୦ କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଚିଠିରେ କ୍ୟାଡେଟ୍ମାନଙ୍କ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ନୂଆ ମହିଳା ଏଏନସିସି ବାଟାଲିୟନ ସ୍ଥାପନ ଏହି ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବ ।
ଫଳରେ ଛାତ୍ରୀମାନେ ଉପକୃତ ହୋଇପାରିବେ।
Comments are closed.