Latest Odisha News

BREAKING NEWS

ଲାଗୁନି ବ୍ରେକ୍‌, ପୁଣି ଗଞ୍ଜାମରୁ ୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗଂଜାମରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଆଜି ପୁଣି ଆଉ ୫ କରୋନା ପଜିଟିଭ ଚହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ସୁରତ ଫେରନ୍ତା । ସମ୍ପୃକ୍ତି ବ୍ୟକ୍ତିଙ୍କ ବୟସ ଯଥାକ୍ରମେ ୩୯, ୪୯, ୪୮, ୪୫ ରହିଛି। ଏଥିସହ ସଂକ୍ରମିତଙ୍କ ମଧ୍ୟରେ ଜଣେ ୧୬ ବର୍ଷୀୟ ନାବାଳକ ମଧ୍ୟ ଅଛନ୍ତି ।

ସମସ୍ତଙ୍କୁ କ୍ୱାରେଂଟିନ୍ ସେଂଟରେ ରଖାଯାଇଥିଲା । ନମୂନା ପରୀକ୍ଷା ପରେ ଆଜି ଏମାନେ ପଜିଟିଭ ଚିହ୍ନଟ ହୋଇଛିନ୍ତି । ଏହାକୁ ମିଶାଇ କେବଳ ଗଂଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଂଚିଛି । ସେହିପରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.