Latest Odisha News

BREAKING NEWS

ସୁସ୍ଥ ଅଛନ୍ତି ଅମିତ ଶାହା

ନୂଆଦିଲ୍ଲୀ: ସୁସ୍ଥ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏନେଇ ସେ ନିଜେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରି ସୁସ୍ଥ ଥିବା ଦର୍ଶାଇଛନ୍ତି ।

ସେ କହିଛନ୍ତି କିଛିଦିନ ହେବ ସୋସିଆଲ ମିଡିଆରେ ମୁଁ ଅସୁସ୍ଥ ଥିବା କିଛି ଲୋକ ଦର୍ଶାଉଥିବା ଦେଖାଯାଇଛି। ଏମିତିକି ମୋ ମୃତ୍ୟୁକୁ ନେଇ କିଛି ଲୋକ ଟୁଇଟରରେ ଗୁଜବ ମଧ୍ୟ କରିଛନ୍ତି । ହେଲେ ଦେଶ ଏବେ କରୋନା ମହାମାରୀ ସହ ଲଢୁଥିବା ବେଳେ ଏସବୁ ଦିଗ ପ୍ରତି ମୁଁ ଧ୍ୟାନ ଦେଇ ନ ଥିବା କହିଛନ୍ତି ଶାହା ।

ହେଲେ ମୋ ଦଳର ଲକ୍ଷ ଲକ୍ଷ କର୍ମୀ ଓ ମୋ ଶୁଭଚିନ୍ତକ ଏହାକୁ ନେଇ ଖୁବ୍ ଚିନ୍ତାରେ ପଡିଯାଇଛନ୍ତି। ତେଣୁ ସେମାନଙ୍କ ଚିନ୍ତାକୁ ମୁଁ ଅଣଦେଖା କରି ନ ପାରି ସ୍ପଷ୍ଟ କରୁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଶନିବାର ଏକ ବିବୃତ୍ତି ଜାରି କରି ଶାହା ଏହା ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.