ଭୁବନେଶ୍ବର: ନୂଆ ବର୍ଷରୁ ନୂଆ ସ୍ଥାନ ସହ ଯୋଡି ହେବ ଭୁବନେଶ୍ବର । ଭୁବନେଶ୍ବର ବିମାନବନ୍ଦରରୁ ନୂଆ ସ୍ଥାନକୁ ଉଡାଣ ଭରିବାକୁ ଯାଉଛି ବିମାନ । ଏଣିକି ବିଭିନ୍ନ ନୂଆ ସ୍ଥାନକୁ ବିମାନ ଦ୍ବାରା ଯାତ୍ରା କରିବା ସୁବିଧା ହେବ । ନୂଆ ବର୍ଷରୁ ଭୁବନେଶ୍ବର ବିମାନ ବନ୍ଦରରୁ ଉଡାଣ ଭରିବାକୁ ଯାଉଛି ଆଉ ୫ ଟି ନୂଆ ବିମାନ ।
ଆସନ୍ତା ଜାନୁୟାରୀ ୧ରୁ ଇନ୍ଦୋର ଓ ଡେରାଡୁନକୁ ଆରମ୍ଭ ହେବ ବିମାନ ସେବା । ଇଣ୍ଡିଗୋ ବିମାନ ଦ୍ବାରା ଯୋଗାଇଦିଆଯିବାକୁ ଥିବା ଏହି ସେବା, ଇନ୍ଦୋରକୁ ସପ୍ତାହରେ ୪ ଦିନ ଓ ଡେରାଡୁନକୁ ସପ୍ତାହରେ ୩ ଦିନ ଯାତାୟତ କରିବ । ସେହିପରି ଜାନୁୟାରୀ ୩ରୁ ଲକ୍ଷ୍ନୌ , ଜୟପୁର, କୋଚିକୁ ବିମାନ ଯାତ୍ରା ଆରମ୍ଭ ହେବ । ଏହାସହ ଏୟାର ଇଣ୍ଡିଆ ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ଯାତ୍ରା କରିବ । ଏଥିସହିତ ଭୁବନେଶ୍ୱରରୁ କୋଚିକୁ ସବୁଦିନ ବିମାନ ସେବା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।