ଭୁବନେଶ୍ୱର: ଓଡ଼ିଶାରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ମାମଲା । ରାଜ୍ୟରେ ଚିହ୍ନଟ ୧୭୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଟି ଜିଲ୍ଲାରେ ରହିଛି ୧୦୦୦ ରୁ ଅଧିକ ମାମଲା।
ଏହି ୫ ଜିଲ୍ଲା ହେଉଛି ଗଞ୍ଜାମ, ଯାଜପୁର,ବାଲେଶ୍ଵର ଖୋର୍ଦ୍ଧା ଏବଂ ଭଦ୍ରକ।
ଏହି ୫ ଜିଲ୍ଲା ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୯୮ ପଜିଟିଭ ମାମଲା ରହିଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୦୨ ରୋଗୀ ସୁସ୍ଥ ହେବା ସହ ୩ ଜଣଙ୍କର ମୃତ୍ୟୁ ଘଟିଛି।
ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୨୫୩ ରେ ଏବଂ ପଛକୁ ରହିଛି ବାଲେଶ୍ଵର ଯାହାର ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୪୨ ।
ଏହି ଜିଲ୍ଲାଗୁଡ଼ିକରେ ଯଥାକ୍ରମେ ୧୫୧ ଏବଂ ୧୧୯ ଟି ଆରୋଗ୍ୟ ମାମଲା ରହିଛି। ୧୨୨ଟି ପଜିଟିଭ ମାମଲା ସହିତ ଖୋର୍ଦ୍ଧା ଜିଲ୍ଲା ଚତୁର୍ଥ ସ୍ଥାନରେ ରହିଛି ଏବଂ ଏଠାରେ ଏଯାଏଁ ୫୮ ଜଣ ରୋଗୀ ସୁଦ୍ଧା ସୁସ୍ଥ ହେବା ସହ ତିନି ଜଣ ପ୍ରାଣ ମଧ୍ୟ ହରାଇଛନ୍ତି।
ଭଦ୍ରକରେ ଏପର୍ଯ୍ୟନ୍ତ ୧୦୬ ଟି ମାମଲା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି।
ଏହି ଭାଇରସ୍ ବର୍ତ୍ତମାନ ସୁଦ୍ଧା କେବଳ ରାୟଗଡା ଜିଲ୍ଲାକୁ ଛାଡି ଅନ୍ୟ ୨୯ ଟି ଜିଲ୍ଲାକୁ ବ୍ୟାପି ସାରିଲାଣି।
Comments are closed.