Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲରେ ଜୁନ୍ ୧ରୁ ଆୟୋଜିତ ହେଉଛି ଇ-ସମର୍ କ୍ୟାମ୍ପ୍‌

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ଚଳିତ ବର୍ଷ ନିଆରା ଢଙ୍ଗରେ ଆୟୋଜିତ କରୁଛି ଇ-ସମର୍ କ୍ୟାମ୍ପ୍ । ପିଲାମାନଙ୍କର ଗଠନମୂଳକ କାର୍ଯ୍ୟକୁ ଅଧିକ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ସାଇ ଇଣ୍ଟରନ୍ୟାସନାଲ୍ ଏହିପରି ଏକ ଗ୍ରୀଷ୍ଣ ଶିବିର ଆୟୋଜନ କରୁଛି । ସାମ୍ପ୍ରତିକ ପରିସ୍ଥିତିରେ ବାର୍ଷିକ ଗ୍ରୀଷ୍ଣ ଶିବିରକୁ ଅଫଲାଇନରୁ ଅନଲାଇନ୍ ମୋଡ଼ରେ ରୂପାନ୍ତରିତ କରି ଏହିପରି ଅଭିନବ ଢଙ୍ଗରେ ଅନୁଷ୍ଠିତ ହେବ ସାଇ ଇଣ୍ଟର ନ୍ୟାସନାଲ୍ ଇ-ସମର୍ କ୍ୟାମ୍ପ୍ ।

ଆସନ୍ତା ଜୁନ୍ ୧ରେ ଏହି ଇ-ସମର୍ କ୍ୟାମ୍ପ୍ ଆୟୋଜିତ ହେବାକୁ ଯାଉଛି । ଏହି ନିଆରା ଗ୍ରୀଷ୍ମ ଶିବିର ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଅନୁଷ୍ଠିତ ହେବ । ଅନ୍ ଲାଇନରେ ଆୟୋଜିତ ହେଉଥିବା ଏହି ଶିବିରରେ ସାଇ ଅଙ୍ଗନ୍‌, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌, ସାଇ ଇଣ୍ଟରନ୍ୟାସନାଲ୍ ଆବାସିକ ବିଦ୍ୟାଳୟର ପ୍ଲେ ଗ୍ରୁପଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଓ ସୃଜନଶିଳତାକୁ ଏହି ଶିବିରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନ କରିବାକୁ ଯାଉଛନ୍ତି ।

ଅଧିକ ପଢନ୍ତୁ: ବିଶ୍ୱର ବିଭିନ୍ନ ସ୍କୁଲ ଗୁଡ଼ିକ ସହିତ ସାଇ ଇଣ୍ଟରନ୍ୟାସନାଲର ସମନ୍ୱୟ ସାଂସ୍କୃତିକ ସହଯୋଗୀ ଶିକ୍ଷା

ଇ-ସମର୍ କ୍ୟାମ୍ପରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ଡ୍ରାମା, ରୋଲ୍ ପ୍ଲେ, ଫୋଟୋଗ୍ରାଫି, ଭିଡ଼ିଓଗ୍ରାଫି, ଭିଡ଼ିଓ ଏଡ଼ିଟିଂ ମିକ୍ସ ମିଡ଼ିଆ, ଆନିମେସନ ପ୍ରଭୃତି ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ । ଏପରିକି ବାଲୁକା କଳା, ଭାସ୍କର୍ଯ୍ୟ ଏବଂ ପଟ୍ ପେଣ୍ଟିଂକୁ ମଧ୍ୟ ଏହି ଶିବିରରେ ସ୍ଥାନ ଦିଆଯାଇଛି । ଖାଲି ସେତିକି ନୁହେଁ ଇଚ୍ଛୁକ ଛାତ୍ରୀମାନେ ମଧ୍ୟ ନିଜର ରୋଷେଇ ଦକ୍ଷତାକୁ ଏହି ପ୍ଲାଟଫର୍ମରେ ଉପସ୍ଥାପନ କରିବାକୁ ଏକ ସୁବର୍ଣ୍ଣ ସୁଯୋଗ ପାଇବେ ।

ଏହି ଶିବିରରେ ସମସ୍ତ ଛାତ୍ରଛାତ୍ରୀମାନେ କେତେ ଗୁଡ଼ିଏ ବିଶେଷ ଅଧିବେଶନରେ ମଧ୍ୟ ନିଜକୁ ସାମିଲ୍ କରିପାରିବେ । ଯେପରିକି କମ୍ୟୁନିକେଶନ, ଟେବୁଲ୍ ଏଟିକ୍ୟୁଟସ, ଡ୍ରେସଅପ୍ ଏବଂ ସଫ୍ଟ ସ୍କିଲ୍ ପରି କେତେକ ବିଶେଷ ଅଧିବେଶନରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ।

ଅଧିକ ପଢନ୍ତୁ: ସାଇ ଇଣ୍ଟରନ୍ୟାସନାଲରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଲା ‘ମାତୃତ୍ୱ ଦିବସ’

ଛାତ୍ରଛାତ୍ରୀମାନେ ଏହି ଇ-ସମର୍ କ୍ୟାମ୍ପରେ ମଧ୍ୟ ନିଜର ସାହିତ୍ୟ କ୍ଷେତ୍ରରେ ନିଜର ଲୁକ୍କାୟିତ ସୃଜନଶୀଳତାର ଦକ୍ଷତାକୁ ପ୍ରକାଶ କରିପାରିବେ । ଏହି ସାହିତ୍ୟ ଅଧିବେଶନରେ ପିଲାମାନେ କବିତା ଲିଖନ ଓ ଆବୃତି, ସୃଜନଶୀଳ ଲିଖନ ତଥା ପଠନ ଓ ଲିଖନ ଶୈଳୀ ପରି କେତେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜକୁ ପ୍ରତିପାଦନ କରିପାରିବେ ।

ସାଇ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଏହି ଶିବିରରେ ଛାତ୍ରଛାତ୍ରୀ ମାନଙ୍କ ଲାଗି ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି । ଏହି କ୍ୟାମ୍ପରେ କିଛି ସ୍ୱତନ୍ତ୍ର ଶିବିର ମାନ ଅନୁଷ୍ଠିତ ହେଉଛି ଯେଉଁଥିରେ କି ଛାତ୍ରଛାତ୍ରୀମାନେ ନିଜର କ୍ରୀଡ଼ା ଦକ୍ଷତାକୁ ପ୍ରକାଶ କରିବାର ସୁଯୋଗ ପାଇପାରିବେ । ଏଥିସହିତ ହେଲଥ ଏଣ୍ଡ ୱେଲନେସ, ଫିଟନେସ ଏବଂ ସ୍କିନ ଏଣ୍ଡ ହେୟାରକେୟାର୍ ପରି କେତେକ ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଆୟୋଜିତ ହେବାକୁ ଯାଉଛି ।

ପ୍ରାୟ ଅଧିକାଂଶ ପିଲାମାନେ ମ୍ୟାଜିକ୍ ଦେଖିବାକୁ ଭଲ ପାଇଥାଆନ୍ତି । ଏଥର ମ୍ୟାଜିକକୁ ପ୍ରଥମଥର ଲାଗି ଏହି କ୍ୟାମ୍ପରେ ଅନ୍ତଭୃକ୍ତ କରାଯିବା ସହିତ ପିଲାମାନେ ମଧ୍ୟ କିଛି ନୂଆ ମ୍ୟାଜିକ୍ ଟ୍ରିକ୍ସ ମ୍ୟାଜିକ୍ ଶୋ’ରୁ ଶିଖିପାରିବେ ।

ଏହି ଲକ୍‌ଡ଼ାଉନ ପରିସ୍ଥିତିରେ ଅନୁଷ୍ଠିତ ହେଉଥିବା ଏହି ଇ-ସମର୍ କ୍ୟାମ୍ପରେ ଅଭିଭାବକମାନଙ୍କ ଲାଗି ମଧ୍ୟ ଅଧିବେଶନ ରହିଛି । ପିଲାମାନେ ମଧ୍ୟ ସନ୍ଧ୍ୟା ୬ରୁ ୭ ପର୍ଯ୍ୟନ୍ତ ଏହି ଅଧିବେଶନରେ ଅନଲାଇନରେ ରହିପାରିବେ । ଏହି ସେସନରେ କିଛି ଆଧ୍ୟାତ୍ମିକ ଗୁରୁ, ପ୍ରଖ୍ୟାତ ଲେଖକ ମଧ୍ୟ ଅଂଶଗ୍ରହଣ କରିବେ । ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ, ଆନନ୍ଦ କୁମାର, ମେଜର୍ ଡି.ପି ସିଂହ, ଅଫିସିଆଲ୍ ମିସ୍ ଇଣ୍ଡିଆ ଟ୍ରେନର ତଥା ଅନ୍ତର୍ଜାତୀୟ ଗ୍ରୁମିଂ ଏକ୍ସପର୍ଟ ସବିରା ମର୍ଚ୍ଚାଣ୍ଟ ମଧ୍ୟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।

ଏହି ଅଧିବେଶନରେ ମୁମ୍ବାଇ ଡବାୱାଲାର ସିଇଓ ଡଃ ପୱନ୍ ଅଗ୍ରୱାଲା, ବଲିଉଡ୍ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ପ୍ରଖ୍ୟାତ ମଞ୍ଚଶିଳ୍ପୀ ସାରୋନ୍ ପ୍ରଭାକର୍ ଏବଂ ମୋଟିଭେସନାଲ୍ ସ୍ପିକର୍ ଆକାଶ ଗୌତମ ପିଲାମାନଙ୍କୁ ସାମାନଙ୍କର ମୂଲବାନ ପରାମର୍ଶ ଦେବେ ।

ପ୍ରଖ୍ୟାତ ଟେଲିଭିଜନ କଳାକାର ତଥା କମେଡ଼ିଆନ୍ ଶଙ୍କର ଏହି କ୍ୟାମ୍ପରେ ମଧ୍ୟ ଅଂଶଗ୍ରହଣ କରି ପିଲାମାନଙ୍କୁ ଉତ୍ସାହିତ କରିବେ । ଏପରିକି ଅନ୍ତର୍ଜାତୀୟ ସ୍ତରର ନାସା ଆଷ୍ଟ୍ରୋନଟ, ଉଗାଣ୍ଡାର ଡ୍ୟାନ୍ସ ଟ୍ରୁପ୍ ମଧ୍ୟ ଏହି କ୍ୟାମ୍ପରେ ଅଂଶଗ୍ରହଣ କରିବେ ।

ଏହି ପରିପ୍ରେକ୍ଷୀରେ ସାଇ ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ତଥା ମେଣ୍ଟର୍ ଡଃ ବିଜୟ କୁମାର ସାହୁ କହିଛନ୍ତି, ପିଲାମାନେ ଯେପରି ଏହି ଶିବିରରେ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ରହିବା ସହିତ ନିଜର ଦକ୍ଷତାକୁ ପ୍ରତିପାଦନ କରିପାରିବେ ଆମେ ସେଥିପ୍ରତି ଯଥେଷ୍ଟ ଯତ୍ନବାନ ରହିଛୁ । ଏହି ଗ୍ରୀଷ୍ଣକାଳୀନ ଇ ସମର୍ କ୍ୟାମ୍ପରେ ପିଲାମାନଙ୍କର ଗୁଣାତ୍ମକ ତଥା ସୃଜନଶୀଳତାର ପରିପ୍ରକାଶ ହେବା ଲାଗି ଏହା ଏକ ସୁଯୋଗ । ଏହି ଇ-ସମର୍ କ୍ୟାମ୍ପରେ ବିଶ୍ୱସ୍ତରୀୟ ତଥା ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅନେକ ବକ୍ତାମାନେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି କରିବା ଲାଗି ଅଂଶଗ୍ରହଣ କରୁଛନ୍ତି, ଯାହାକି ପିଲାମାନଙ୍କ ଲାଗି ଏକ ଆଶ୍ଚର୍ଯ୍ୟଜନକ ଅନୁଭୂତି ହୋଇପାରିବ ।

Leave A Reply

Your email address will not be published.