Latest Odisha News

BREAKING NEWS

କରୋନା ଭାଇରସ ଆତଙ୍କ; ଓଡିଶାର ୫ଟି ହସ୍ପିଟାଲକୁ ମିଳିବ ଇନଫ୍ରାରେଡ୍ ଥର୍ମୋମିଟର

ଭୁବନେଶ୍ୱର : ରାଜ୍ୟ ସରକାର ଓଡିଶାର ୫ଟି ହସ୍ପିଟାଲକୁ ଇନଫ୍ରାରେଡ୍ ଥର୍ମୋମିଟର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଦୁଇଟି କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେବାପରେ ସରକାର ତତ୍ପର ହୋଇଉଠିଛନ୍ତି ଓ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଇନଫ୍ରାେରେଡ୍ ଥର୍ମୋମିଟର ଜରିଆରେ ୬ ସେ.ମି ଦୂରତାରୁ ରୋଗୀ ଶରୀରର ତାପମାତ୍ରା ମପାଯାଇପାରିବ । ଘାତକ ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରିବା ପାଇଁ ମଧ୍ୟ ଏହା ଉପଯୋଗୀ । କଟକର ଏସସିବି ମେଡିକାଲ କଲେଜ, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ବ୍ରହ୍ମପୁର ଏମକେସିଜି ହସ୍ପିଟାଲ, ବୁର୍ଲାର ବୀର ସୁରେନ୍ଦ୍ର ସାଏ(ଭିମସାର) ହସ୍ପିଟାଲ ଓ ଝାରସୁଗୁଡାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଇନଫ୍ରାରେଡ ଥର୍ମୋମିଟର ଦିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ଅଜିତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି । ପାରାଦୀପ ବନ୍ଦରରେ ଥିବା କାର୍ଗୋ ଜାହାଜର କ୍ରୁ ସଦସ୍ୟଙ୍କ ମଧ୍ୟ ସ୍କ୍ରିନିଂ କରାଯାଇଥିଲା । ଏହା ସହିତ ମାଲେସିଆରୁ ଭୁବନେଶ୍ୱର ଆସିଥିବା ବିମାନ ଯାତ୍ରୀଙ୍କ ସ୍କ୍ରିନିଂ ହୋଇଥିଲା । ଶନିବାର ଦିନ ମାଲେସିଆରୁ ଆସିଥିବା ୪ଜଣ ବ୍ୟକ୍ତିଙ୍କ ରକ୍ତ ନମୂନା ପୁଣେ ସ୍ଥିତ ଏନଆଇଭିକୁ ପଠାଇ ଦିଆଯାଇଛି । ଏହାବ୍ୟତୀତ ଶୁକ୍ରବାର ଦିନ ଚୀନରୁ ପହଂଚିଥିବା କନ୍ଧମାଳ ଯୁବକଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇ ତାଙ୍କ ରକ୍ତ ନମୂନାକୁ ମଧ୍ୟ ପୁଣେ ପଠାଯାଇଛି ବୋଲି ଅଜିତ କୁମାର ମହାନ୍ତି କହିଛନ୍ତି ।

Leave A Reply

Your email address will not be published.