Latest Odisha News

କରୋନା ଭାଇରସ୍ ଆତଙ୍କ; ଚୀନ୍ ଯାତ୍ରୀଙ୍କ ଲାଗି ଇ-ଭିସା ବନ୍ଦ କଲା ଭାରତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ୩୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାର ପ୍ରଭାବରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଲାଗି ଅସ୍ଥାୟୀ ଭାବେ ଇ-ଭିସା ସେବା ବନ୍ଦ କରିଛନ୍ତି ଭାରତ ସରକାର ।

ଏହାବ୍ୟତିତ କରୋନା ଭାଇରସ୍ ଦ୍ୱାରା ପାଖାପାଖି ୧୪,୫୬୨ ଜଣ ବ୍ୟକ୍ତି ଆକ୍ରାନ୍ତ ମଧ୍ୟ ହୋଇଥିବା ଜଣାପଡିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି କରୋନା ଭାଇରସ୍ ଚୀନରେ ବ୍ୟାପକ ଭାବେ ବ୍ୟାପୁଥିବାରୁ ଚୀନରୁ ଭାରତକୁ ଆସୁଥିବା ଯାତ୍ରୀ ମଧ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଥାଇପାରନ୍ତି । ଯାହାଫଳରେ ଚୀନରୁ ଭାରତ ଆସିବା ଲାଗି ଇ-ଭିସାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଥିବା ନେଇ ଚୀନରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛି ।

ଆହୁରି ମଧ୍ୟ ରବିବାର ଦିନ ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଚୀନରେ ଥିବା ପ୍ରାୟ ୩୨୩ ଭାରତୀୟଙ୍କୁ ଦିଲ୍ଲୀ ଅଣାଯାଇଛି । ସେଥିମଧ୍ୟରେ ୭ ମାଳଦ୍ୱୀପ ନାଗରିକ ମଧ୍ୟ ରହିଛନ୍ତି ।

ବର୍ତ୍ତମାନ ସମୟରେ ଜାପାନ, ଜର୍ମାନୀ, ଆମେରିକା, ଦକ୍ଷିଣ କୋରିଆ ଓ ଭାରତ ସମେତ ୨୫ଟି ଦେଶରେ ଏହି କରୋନା ଭାଇରସର ସଂକ୍ରମଣ ବ୍ୟାପୁଥିବା ଯୋଗୁଁ ନିକଟ ଅତୀତରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ଗ୍ଲୋବାଲ୍ ଇମରଜେନ୍ସି ଘୋଷିତ କରାଯାଇଥିଲା ।

Leave A Reply

Your email address will not be published.