କଟକ: ନଦୀ ଭିତରୁ ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍ । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟ୍ ଓଲଟି ପଡ଼ିଛି । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣି ସ୍ରୋତରେ ବୋଟ୍ ଓଲଟି ପଡ଼ିଥିଲା। ରବର ବୋଟ୍ରେ ଅପରେସନରେ ସାମିଲ ଥିଲେ ଓଡ୍ରାଫ୍ ଟିମ୍ । ନଦୀ ସ୍ରୋତରେ ଫସିଥିବା ଯବାନଙ୍କୁ ଉଦ୍ଧାର ଉଦ୍ୟମ ଜାରି ରହିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବୋଟ୍ରେ ଓଟିଭିର ୨ ଜଣ ପ୍ରତିନିଧି ଥିଲେ ।
କଟକର ମୁଣ୍ଡଳି ବ୍ୟାରେଜରେ ମହାନଦୀରେ ଫସି ରହିଥିବା ଦନ୍ତା ହାତୀଟି ନିଜେ ନିଜେ କୂଳକୁ ଆସିଥିଲେ ବି ଉପରକୁ ଉଠି ନପାରି ପୁଣି ନଦୀ ଭିତରକୁ ଫେରି ଯାଇଛି । ଦୀର୍ଘ ୭ ଘଣ୍ଟା ଧରି ନଦୀ ଭିତରେ ଫସି ରହିଥିବା ଦନ୍ତା ଧିରେ ଧିରେ ପାଣି ସୁଅକୁ କାଟି କୂଳକୁ ଆସିବାରେ ସକ୍ଷମ ହୋଇଥିଲା। ତେବେ କୂଳରୁ ହାତୀଟିକୁ ବାହାର କରିବା ଲାଗି ବନ ବିଭାଗ କର୍ମଚାରୀ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ତେବେ ରବର ବୋଟ୍ରେ ରେସ୍କ୍ୟୁ ଅପରେସନରେ ସାମିଲ ଥିବା ଓଡ୍ରାଫ୍ ଟିମ୍ର ଏହି ବୋଟ୍ ନଦୀ ଭିତରେ ଓଲଟି ପଡ଼ିଥିବା ସୂଚନା ମିଳିଛି। ବନ ବିଭାଗର ୧୦ ଜଣିଆ ବିଶେଷଜ୍ଞ ଦଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀକୁ ବାହାର କରିବାକୁ ପ୍ରୟାସ ଜାରି ରଖିଛନ୍ତି।
Comments are closed.