Latest Odisha News

BREAKING NEWS

୩ ଦିନ ପାଇଁ ସିଲ୍‌ ହେଲା ଜୁଡିସିଆଲ୍‌ କମ୍ପ୍ଲେକ୍ସ

ଭୁବନେଶ୍ୱର : ଭୁବନେଶ୍ୱର ଜୁଡିସିଆଲ୍‌ କମ୍ପ୍ଲେକ୍ସ ସିଲ୍‌ । ୩ ଦିନ ପାଇଁ ସିଲ୍‌ କଲା ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୨୬ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଗୁରୁବାର ୧୫ ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ BMC ପକ୍ଷରୁ ପଦକ୍ଷେପ ନିଆଯାଇଛି । ୨୭ତାରିଖରେ RTPCR ଟେଷ୍ଟ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ଖୋଲିବ । ତେବେ ଜୁଡିସିଆଲ କମ୍ପ୍ଲେକ୍ସରେ ଖୋର୍ଦ୍ଧା ଜିଲ୍ଲା କୋର୍ଟ, ଏଣ୍ଡୋମେଣ୍ଟ କମିଶନରଙ୍କ କାର୍ଯ୍ୟାଳୟ ଓ ଭୁବନେଶ୍ୱର ବାର ଆସୋସିଏସନ୍‌ ରହିଛି । ତେଣୁ ସଂକ୍ରମଣକୁ ଚେକ୍‌ ଦେବାକୁ ବିଏମ୍‌ସି ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.