Latest Odisha News

ପୂର୍ବତନ କୁଳପତିଙ୍କ ଘରୁ ପଦ୍ମ ଭୂଷଣ ପଦକ ଚୋରି ଅଭିଯୋଗରେ ୫ ଗିରଫ

ନୂଆଦିଲ୍ଲୀ: ପଦ୍ମ ଭୂଷଣ ପଦକ ଚୋରି ଅଭିଯୋଗରେ ୫ ଗିରଫ । ଏଭିଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ । ପଞ୍ଜାବ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଜିସି ଚାଟାର୍ଜୀଙ୍କ ପଦ୍ମ ଭୂଷଣ ପଦକ ଚୋରି ମାମଲାରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ପଦକ ବିକ୍ରି କରିବାକୁ ଜଣେ ଅଳଙ୍କାର ଦୋକାନକୁ ଯାଇଥିଲେ । ଦୋକାନୀ ଜଣକ କୌସଳ କ୍ରମେ ଉକ୍ତ ଅଭିଯୁକ୍ତଙ୍କୁ ଅଟକାଇ ରଖି ପଦକ ନ କିଣି ପ୍ରଥମେ ପୋଲିସକୁ ସୂଚନା ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଶ୍ରବଣ କୁମାର (୩୩), ହରି ସିଂ (୪୫), ରିଙ୍କି ଦେବୀ (୪୦), ବେଦ ପ୍ରକାଶ (୩୯) ଏବଂ ପ୍ରଶାନ୍ତ ବିଶ୍ବାସ (୪୯) । ଏହି ସମସ୍ତ ଅଭିଯୁକ୍ତ ମଦନପୁର ଖାଦର ବାସିନ୍ଦା ବୋଲି ଜଣାପଡିଛି ।

ପୋଲିସର ସୂଚନାନୁସାରେ, ଘଟଣାରେ ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା । ଯେଉଁଥିରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ହରି ସିଂ, ରିଙ୍କି ଦେବୀ ଏବଂ ପ୍ରକାଶ ବିଶ୍ୱାସ ସିସିଟିଭି ରେ କଏଦ ହୋଇଥିଲେ । ତେବେ ପଚରାଉଚରା ସମୟରେ ପଦକଟି ପୂର୍ବତନ କୂଳପତିଙ୍କ ଘରୁ ଶ୍ରବଣ କୁମାର ଚୋରି କରିଥିଲେ । କାରଣ ଶ୍ରବଣ ପୂର୍ବତନ କୂଳପତିଙ୍କ ଜିସି ଚାଟାର୍ଜୀଙ୍କ ନାତି ସମରେଶ ଚାଟାର୍ଜୀଙ୍କ ମେଡିକାଲ୍ ଆସିଷ୍ଟାଣ୍ଟ ଥିଲା । ଆଉ ସେ ଜିସି ଚାଟାର୍ଜୀଙ୍କ ଘରକୁ ସବୁଦିନ ଯାଆଆସ କରୁଥିଲା । ଯେଉଁଥିପାଇଁ ତାକୁ ସୁବିଧା ହୋଇଥିଲା ପଦକକୁ ଚୋରି କରିବାରେ ।

ଘଟଣାରେ ପୋଲିସ ତତ୍ପରତା ଦେଖାଇ ଦୋକାନୀଙ୍କ ଠାରୁ ଉକ୍ତ ପଦକ ନିଜ ଅଧିନ କୁ ଆଣି ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ।

 

Comments are closed.