Latest Odisha News

BREAKING NEWS

ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର

କୁତ୍ରା:ପୁଣି ଫୁଟିଲା ସୁନ୍ଦରଗଡ଼ରେ ଗୁଳି । ସୁନ୍ଦରଗଡ଼ କୁତ୍ରାରେ ଏକ ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ଗୁଳିମାଡ଼ରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନାମୁତାବକ, ଖତକୁର ବାହାଲରୁ ପଥର ବୋଝେଇ ଟ୍ରକ ନେଇ ଡ୍ରାଇଭର ବନାରସି ଓରାମ (୨୩) ଯାଉଥିଲେ । ଲିଟିବେଡା ଛକ ନିକଟର ଏକ ନିଛାଟିଆ ସ୍ଥାନରେ ଦୁଇଟି ବାଇକରେ ଆସିଥିବା ଚାରିଜଣ ଦୁର୍ବୁତ୍ତ ଟ୍ରକକୁ ଅଟକାଇ ଆଖିବୁଜା ଗୁଳି ଚାଳନା କରିଥିଲେ । ପ୍ରାୟ ୫ ରାଉଣ୍ଡ ଗୁଳି ଚଳାନା କରି ଫେରାର ହୋଇଯାଇଥିଲେ । ଏହି ଗୁଳିମାଡ଼ରେ ଡ୍ରାଇଭର ବନାରସି ଓରାମଙ୍କ କୌଣସି କ୍ଷତି ହୋଇନାହିଁ ଏବଂ ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଏପଟେ ଖବର ପାଇ କୁତ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଓ ଘଟଣାର ପଛରେ କେଉଁ କାରଣ ରହିଛି, ସେନେଇ ପୋଲିସ ତଦନ୍ତ ଚଳାଇଛି । ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରିଛି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍‌କୁ ମଧ୍ୟ ଖବର ଦିଆଯାଇଛି ।

ଅନ୍ୟପଟେ ଟ୍ରକ ମାଲିକ ଶାବନ ଲେହେରି କହିଛନ୍ତି ଯେ, ତାଙ୍କୁ ପୂର୍ବରୁ ଫୋନ ମାଧ୍ୟମରେ ବାରମ୍ବାର ଧମକ ମିଳୁଥିଲା ଏବଂ ଆଜି ସେହି ଧମକ ଗୁଳିମାଡ଼ର ରୂପ ନେଇଛି।

Leave A Reply

Your email address will not be published.