Latest Odisha News

BREAKING NEWS

Ganza Seized: କପଡ଼ା ଗାଡି ଭିତରୁ ୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୮ ଗିରଫ

ବଲାଙ୍ଗୀର: ଓଡ଼ିଶାରୁ ରାଜଧାନୀ ଦିଲ୍ଲୀକୁ ଅଭିନବ ଉପାୟରେ ଚାଲିଥିଲା ଗଞ୍ଜେଇ ଚୋରା ଚାଲାଣ । ହେଲେ ଏହି ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ ଓ ଅବକାରୀ ବିଭାଗ । ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ମିଶନ 3Dରେ ଅବକାରୀ ବିଭାଗ ବଲାଙ୍ଗୀର ଜିଲ୍ଲାର ଦୁଇଟି ସ୍ଥାନରେ ରେଡ୍ କରିଥିଲା ।

ରେଡ ସମୟରେ ଗାଡ଼ିରେ ଥିବା କପଡ଼ା ଭିତରୁ ୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ମୂଲ୍ୟ ୧ କୋଟି ୫୦ ଲକ୍ଷରୁ ଅଧିକ ହେବ । ଏହା ସହ ଘଟଣାରେ ୮ ଜଣଙ୍କୁ ଧରିଛି ଅବକାରୀ ବିଭାଗ । ଗିରଫଙ୍କ ମଧ୍ୟରେ ମହିଳା ମଧ୍ୟ ଅଛନ୍ତି । କନ୍ଧମାଳ ବାଲିଗୁଡ଼ାରୁ ଦିଲ୍ଲୀକୁ ଚାଲାଣ ହେଉଥିଲା ଏହି ଗଞ୍ଜେଇ ।

ଗାଁ ଗାଁ ବୁଲି ଲୋକଙ୍କ ପୁରୁଣା କପଡ଼ା ସଂଗ୍ରହ କରୁଥିବା କିଛି ବାହାର ରାଜ୍ୟର ମହିଳା ଓ ପୁରୁଷ ଏଭଳି ଭାବରେ ଗଞ୍ଜେଇ ଚାଲାଣ କରୁଥିଲେ । ଏଥିରେ ଆଉ କେଉଁମାନଙ୍କର ଲିଙ୍କ୍ ରହିଛି ଏବଂ ଏହାର ଚେର କେଉଁଯାଏ ଲମ୍ବିଛି ତାହା ଜାଣିବାକୁ ଚେଷ୍ଟା ଚଳାଇଛି ଅବକାରୀ ବିଭାଗ ।

Leave A Reply

Your email address will not be published.