Latest Odisha News

BREAKING NEWS

ଦେଶର ପାଞ୍ଚ ରାଜ୍ୟରେ ୬୮ ପ୍ରତିଶତ ସଂକ୍ରମିତ

ନୂଆଦିଲ୍ଲୀ: ବିଶ୍ୱରେ ତୃତୀୟ କରୋନା ପ୍ରଭାବିତ ଦେଶ ଭାରତ । ପ୍ରତିଦିନ ପଜିଟିଭ କେସ୍ ବଢି ଚାଲିଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜରାଟ ଓ ରାଜସ୍ଥାନ । ଏହି ପାଞ୍ଚଟି ରାଜ୍ୟରେ ଦେଶର ମୋଟ୍ ଆକ୍ରାନ୍ତଙ୍କ ପାଖାପାଖି ୬୮ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୪୧୩ । କିନ୍ତୁ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ଗୁଜରାଟ ଓ ରାଜସ୍ଥାନରୁ ବାହାରିଛନ୍ତି ୪ ଲକ୍ଷ ୭୩ ହଜାର ୪୭୫ କରୋନା । ଦେଶର ମୋଟ୍ ସଂକ୍ରମିତଙ୍କ ଅଧାରୁ ଅଧିକ କେବଳ ୫ଟି ରାଜ୍ୟରୁ ଅଛନ୍ତି ।

ଦେଶରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର । ସେଠାରେ କରୋନା ବୋଲ ମାନୁନି । ମାଡ଼ି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପି ଯାଇଛି । ବର୍ତ୍ତମାନ ସୁଦ୍ଧା ଭୂତାଣୁ ସଂକ୍ରମିତ ହେଲେଣି ୨ ଲକ୍ଷ ୬ ହଜାର ୬୧୯ ଜଣ । ଅର୍ଥାତ୍ ଦେଶରେ ଯେତିକି ସଂକ୍ରମିତ ଅଛନ୍ତି ତାର ୨୯ ପ୍ରତିଶତ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ।

ଦେଶରେ ଦ୍ୱିତୀୟ ସର୍ବାଧିକ ରାଜ୍ୟ ତାମିଲନାଡୁ । ଲକ୍ଷେ ୧୧ ଲକ୍ଷ ୧୫୧ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଦିଲ୍ଲୀରେ ପଜିଟିଭ୍ କେସ୍ ଖୁବଶୀଘ୍ର ଲକ୍ଷେ ଛୁଇଁବ । ସଂକ୍ରମିତଙ୍କ ସଂଖ୍ୟା ୯୯ ହଜାର ୪୪୪ରେ ପହଞ୍ଚିଲାଣି । ଗୁଜରାଟରେ ଭୂତାଣୁ ସଂକ୍ରମିତ ହେଲେଣି ୩୬ ହଜାର ୯୭ । ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୧୬୪ ।

Leave A Reply

Your email address will not be published.