Latest Odisha News

BREAKING NEWS

କଣପାଇଁ ଆର୍ଜେଂଟିନା ଗଲେ ୫୦୦୦ ପ୍ରେଗନେଂଟ ମହିଳା ?

ମସ୍କୋ: ରୁଷର ୫୦୦୦ ପ୍ରେଗନେଂଟ ମହିଳା ଆର୍ଜେଂଟିନାରେ ପ୍ରବେଶ କରିଛନ୍ତି । ରୁଷିଆ ତୁଳନାରେ ଏଠାରେ ଅଧିକ ସ୍ୱତନ୍ତ୍ରତା ମିଳିଥିବାରୁ ସେମାନେ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ଅଧିକାଂଶ ମହିଳା ଗର୍ଭଧାରଣର ଅନ୍ତିମ ସପ୍ତାହରେ ପଂହଚି ସାରିଛନ୍ତି । ୩୩ ମହିଳାଙ୍କୁ ଡକ୍ୟୁମେଟ ଅଭାବରୁ ଅଟକ ରଖାଯାଇଛି । ସେମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମେ ଚାହୁଁ ଆମ ସନ୍ତାନକୁ ଆର୍ଜେଂଟିନାର ନାଗରିକତା ମିଳୁ । ଏଠାକାର ନାଗରିକତାଙ୍କୁ ୧୭୧ ଦେଶରେ ଭିଜା ବିନା ପ୍ରବେଶ ଅନୁମତି ରହିଛି ।

ଆର୍ଜେଂଟିନା ପର୍ଯ୍ୟଟନ ବିଭାଗ ମଧ୍ୟ ଏ ନେଇ ପ୍ରଲୋଭନ ଦେଖାଉଥିବା ରିପୋର୍ଟ ପ୍ରକାଶ ପାଇଛି । ରୁଷରେ ଅନେକ କଟକଣା ଥିବାରୁ ଏଠାକାର ନାଗରିକ ଅନ୍ୟ ଦେଶକୁ ପଳାଇ ଯିବା ପାଇଁ ବାରମ୍ବାର ଉଦ୍ୟମ କରୁଥିବା ଜଣାପଡୁଛି । ସେହିପରି ୟୁକ୍ରେନ ସହ ଯୁଦ୍ଧ ଯୋଗୁ ଅନେକ ୟୁରୋପୀୟ ଦେଶ ରୁଷର ଶତ୍ରୁ ହୋଇ ଉଠିଛନ୍ତି । ସେଠାକାର ବାସିନ୍ଦାମାନେ ମଧ୍ୟ ଯୁଦ୍ଧକୁ ନେଇ ଅସନ୍ତୋଷ ଅଛନ୍ତି ।

Comments are closed.