Latest Odisha News

BREAKING NEWS

ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ

ମଇଶୁର: ରାକ୍ଷୀ ସାୱନ୍ତଙ୍କ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ। ଜଣେ ଇରାନର ଯୁବତୀ କର୍ଣ୍ଣାଟକ ମଇସୁରର ପୁରମ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଦୁର୍ରାନୀଙ୍କ ବିରୋଧରେ ଆଇପିସି ଧାରା ୩୭୬ ଦଫା ଲଗାଯାଇଛି ପୁଲିସ। ତେବେ ପତ୍ନୀ ରାକ୍ଷୀ ସାୱନ୍ତଙ୍କୁ ଠକିଥିବା ଅଭିଯୋଗରେ ଆଦିଲ ବର୍ତ୍ତମାନ ଥାନାରେ ଅଛନ୍ତି। ଏହି ଘଟଣାରେ ପୁଲିସ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେଇଥିବା ବେଳେ ଏବେ ତାଙ୍କ ବିରୋଧରେ ଦ୍ୱିତୀୟ ମାମଲା ରୁଜୁ ହୋଇଛି।  

BjdElectrycity

ଇରାନ ଯୁବତୀଙ୍କ ଅଭିଯୋଗ ଅନୁସାରେ, ଉଭୟ ମଇଶୁରରେ ଏଖାଠି ରହୁଥିବା ବେଳେ ଆଦିଲ ତାଙ୍କୁ ବିବାହର ପ୍ରଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ। ୫ ମାସ ତଳେ ଯେତେବେଳେ ଇରାନୀ ଯୁବତୀ ଦୁର୍ରାନୀଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ ସେତେବେଳ ଦୁର୍ରାନୀ ରୋକ୍‌ଠୋକ୍ ମନା କରିଦେଇଥିଲେ। ତାଙ୍କର ଏଭଳି ଅନେକ ଝିଅଙ୍କ ସହ ସମ୍ପର୍କ ରହିଛି ବୋଲି କହିଥିଲେ।

କେବଳ ସେତିକି ନୁହେଁ, କାହା ଆଗରେ କହିଲେ କିମ୍ବା ପୁଲିସରେ ଅଭିଯୋଗ କଲେ ସେ ଅନ୍ତରଙ୍ଗଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ ବୋଲି ଇରାନୀ ମହିଳାଙ୍କ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ମଇଶୁର ପୁଲିସ ଦୁର୍ରାନୀଙ୍କ ବିରୋଧରେ ଧାରା ୩୭୬, ୪୧୭, ୪୨୦, ୫୦୪ ଓ ୫୦୬ ଦଫା ଲଗାଇଛି।

ସୂଚନା ଥାଉକି, ଗତ ଫେବ୍ରୁଆରୀ ମାସରେ ରାକ୍ଷୀ ସାୱନ୍ତ ଆଦିଲଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ। ଏହି ମାମଲାରେ ସମନ କରିବା ପରେ ଓଶିୱାରା ପୁଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା। ସେବେଠାରୁ ରାକ୍ଷୀ ଆଦିଲଙ୍କ ବିରୋଧରେ ଖୁଲମଖୁଲା ଅଭିଯୋଗ କରିଆସୁଛନ୍ତି। ବିବାହର କିଛିଦିନ ପରେ ଆଦିଲଙ୍କର ଅନ୍ୟ ନାରୀଙ୍କ ସହ ସମ୍ପର୍କ  ରହିଛି ବୋଲି ଜାଣିବାକୁ ପାଇଥିଲେ ରାକ୍ଷୀ ସାୱନ୍ତ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା।

 

Leave A Reply

Your email address will not be published.