Latest Odisha News

BREAKING NEWS

ଗ୍ୟାସ ଟ୍ୟାଙ୍କର ଓଲଟିବାରୁ ୫ଟି ଗାଁରେ ରୋଷେଇ ବନ୍ଦ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ହାଣ୍ଡପା ଥାନା ଅନ୍ତର୍ଗତ କାମ୍ରେଇ ନିକଟରେ ମଙ୍ଗଳବାର ଦିନ ୫୫ନଂ ଜାତୀୟ ରାଜପଥ ରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଥିଲା । ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହେବା ସହ ୫ଟି ଗାଁରେ ରୋଷେଇ ବନ୍ଦ ରହିଛି ।

ଏହି ଟ୍ୟାଙ୍କରଟି ସମ୍ବଲପୁରରୁ କଟକକୁ ଗ୍ୟାସ ପରିବହନ କରୁଥିବା ସୁତ୍ରରୁ ପ୍ରକାଶ।

ସୂଚନା ମୁତାବକ, ହାଣ୍ଡପା ଏବଂ କିଶୋରନଗର ପୋଲିସ ଟିମ୍ ସହିତ ବାମୁର, ଅନୁଗୁଳ, ରେଢାଖୋଲ ଏବଂ ଆଠମଲ୍ଲିକର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ୟାସକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ଟ୍ୟାଙ୍କର୍ ଉପରେ ପାଣି ସ୍ପ୍ରେ କରିଥିଲେ। ପରେ ରାଜପଥକୁ ସିଲ୍ କରାଯାଇଥିଲା ଏବଂ ତୁରନ୍ତ ଏହି ଅଞ୍ଚଳ ସହିତ ବିଦ୍ୟୁତ୍ ସଂଯୋଗ ବନ୍ଦ ହୋଇଯାଇଥିଲା।

ଏହାବ୍ୟତିତ ପାଖାପାଖି ପାଞ୍ଚଟି ଗାଁର ଲୋକଙ୍କୁ ନିଆଁ ନଲଗାଇବା ପାଇଁ ସତର୍କ କରାଯାଇଥିଲା।ଶୀଘ୍ର ଗ୍ୟାସ ଲିକ୍ ହେତୁ ପରିସ୍ଥିତିର ମୁକାବିଲା ପାଇଁ ଝାରସୁଗୁଡା ଓ ବାଲେଶ୍ୱରର ବିଶେଷଜ୍ଞମାନଙ୍କୁ ଡକାଯାଇଥିଲା।

Leave A Reply

Your email address will not be published.