Latest Odisha News

BREAKING NEWS

ଆଇସିସି ଟି୨୦ ମହିଳା ବିଶ୍ୱକପ:ସେମିଫାଇନାଲ ବାଧା ଅତିକ୍ରମ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିଡନୀ: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲା ଗୁରୁବାର ଆୟୋଜିତ ହେବ । ଟିମ୍ ଇଣ୍ଡିଆ ଏ ପର୍ଯ୍ୟନ୍ତ ଟି୨୦ ବିଶ୍ୱକପର ସେମିଫାଇନାଲ ବାଧା ଅତିକ୍ରମ କରିପାରି ନାହିଁ । ଏଥର କିନ୍ତୁ ଭାରତୀୟ ଦଳ ଇଂଲଣ୍ଡକୁ ହରାଇ ଫାଇନାଲ ପ୍ରବେଶ ଲକ୍ଷ୍ୟରେ ରହିଛି । ଏହି ମ୍ୟାଚ ୩ଟା ବେଳେ ଆରମ୍ଭ ହେବ । ଅନ୍ୟ ଏକ ସେମି ଫାଇନାଲ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।ଇଂଲଣ୍ଡ ବିପକ୍ଷରେ ଭାରତ ୧୯ଟି ଟି୨୦ ମ୍ୟାଚ ଖେଳି ୧୫ରେ ପରାଜିତ ହୋଇଥିବା ବେଳେ ୪ଟିରେ ଜିତିଛି । ଭାରତ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ସେମିରେ ପ୍ରବେଶ କରିଛି ।

ତେବେ ଦଳ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ସଫଳ ହୋଇ ନାହିଁ । ସ୍ମୃତି ମାନ୍ଧନା ଓ ଅଧିନାୟିକା ହରଭନପ୍ରୀତ କୌରଙ୍କ ଫର୍ମ ଚିନ୍ତାର କାରଣ ହୋଇଛି । ଶେଫାଳୀ ବର୍ମା ୪୦ ଆଭରେଜରେ ରନ ସଂଗ୍ରହ କରି ଭଲ ଫର୍ମରେ ଅଛନ୍ତି ।ଅନ୍ୟ ଅର୍ଥରେ ପୁନମ ଯାଦବ ଓ ଶେଫାଳୀଙ୍କ ପ୍ରଦର୍ଶନ ବଳରେ ଭାରତ ସେମିରେ ପ୍ରବେଶ କରିଛି । ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ହରାଇ ସେମିରେ ପ୍ରବେଶ କରିଥିଲା ।

Leave A Reply

Your email address will not be published.