Latest Odisha News

BREAKING NEWS

ଟ୍ରକ ଚକାତଳେ ଚାପି ହୋଇ ୫ବର୍ଷର ପୁଅ ମୃତ

କରଞ୍ଜିଆ :  କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥ ରରୁଆଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଚକା ତଳେ ଚାପି ହୋଇ ୫ ବର୍ଷର ପୁଅ ମୃତ, ବାପା ଏବଂ ଆଈ ଗୁରୁତର । ସୂଚନା ଅନୁସାରେ  ଗତକାଲି ରାତିରେ ଏକ ବାଇକରେ ୫ ବର୍ଷର ପୁଅ, ବାପା ଏବଂ ଆଈ ନିଜ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଯଶୀପୁର ମେଡିକାଲକୁ ଯାଇଥିଲେ  ।  ମାତ୍ର ଭାରସାମ୍ୟ ହରାଇ ୫ ବର୍ଷର ପୁଅଟି ବାଇକରୁ ଖସି ପଡି ଟ୍ରକ ଚକା ତଳେ ପଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ବର୍ଷ ପୁଅର ମୃତ୍ୟୁ ଘଟିଛି  ।

ମୃତ ଶିଶୁ ପିୟୁଷ ନାୟକ ବୋଲି ଜଣାପଡିଛି । ତେବେ ଗୁରୁତର ଅବସ୍ଥାରେ ବାପା ଓ ଆଈଙ୍କୁ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଏହି ରାସ୍ତାରେ ବାରମ୍ବାର ଏଭଳି ଅଘଟଣ ଘଟୁଥିଲେ ବି ଏହି ରାସ୍ତାକୁ ମରାମତି କରାଯାଉନି  । ତେଣୁ ଘଟଣାରେ କ୍ଷତିପୂରଣ ଏବଂ ତୁରନ୍ତ ଜାତୀୟ ରାଜପଥ ମରାମତି ଦାବିରେ ସ୍ଥାନୀୟ ଲୋକ ଜାତୀୟ ରାଜପଥ ଅବରୋଧ କରିଛନ୍ତି  ।  ପରେ ଘଟଣା ସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.