Latest Odisha News

BREAKING NEWS

ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ବର : ଅତ୍ୟାଧୁନିକ ବଗି ବିଶିଷ୍ଟ ପୁରୀ -ହାତିଆ ତପସ୍ବିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଭୁବନେଶ୍ବର ରେଳ ଷ୍ଟେସନରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ୧୨ଟି ଜିଲ୍ଲାର ଯାତ୍ରୀ ସୁବିଧା ପାଇପାରିବେ ।

ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ, ଆକାଂକ୍ଷୀ ଜିଲ୍ଲାକୁ ଯୋଡିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଖୋର୍ଦ୍ଧାରୁ ମହିପୁର କାମ ଶେଷ ହେବାକୁ ଯାଉଛି । ମହିପୁରରୁ ନୂଆଗାଁ କାମ ଦୁଇ ମାସ ମଧ୍ୟରେ ଶେଷ ହେବ । ଜୁନାଗରୁ ନବରଙ୍ଗପୁର, ନବରଙ୍ଗପୁରରୁ ଜୟପୁର, ଜୟପୁରରୁ ମାଲକାନଗିରି, ଭଦ୍ରାଞ୍ଚଳମ୍ ପର୍ଯ୍ୟନ୍ତ ରେଳଲାଇନ୍ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି । କାର୍ଯ୍ୟକ୍ରମରେ ରେଳମନ୍ତ୍ରୀଙ୍କ ସମେତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ସୁରେଶ ରାଉତରାୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.