Latest Odisha News

BREAKING NEWS

ବିଦାୟ ୨୦୧୯: ରାଜନୀତି ଚର୍ଚ୍ଚିତ ବୟାନବାଜି, ଶୀର୍ଷରେ ରହିଲେ ରାହୁଲ୍ !

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ବିଦାୟ ନେବାକୁ ଯାଉଛି ୨୦୧୯ । ଏହା ଲୋକଙ୍କ ମଧ୍ୟରେ ଛାଡିଯିବ ବିଭିନ୍ନପ୍ରକାରର ଛାପ । ଚଳିତ ୨୦୧୯ ମସିହାରେ ଘଟିଥିବା ଏଭଳି କିଛି ଘଟଣା ମଧ୍ୟରୁ ରାଜନେତାଙ୍କ ବିଭିନ୍ନ ବିବାଦୀୟ ବୟାନବାଜି ଅନ୍ୟତମ ।

ଯାହା ଜାତୀୟ ରାଜନୀତିରେ ବେଶ୍ ହଟ୍ଟଚମଟ ସୃଷ୍ଟି କରିଥିଲା । ଆଉ ୨୦୧୯ ବିଦାୟ ନେବା ପୂର୍ବରୁ ଆସନ୍ତୁ ନଜର ପକାଇବା ଆମ ଦେଶର ରାଜନେତାଙ୍କ ବିବାଦୀୟ ବୟାନ ଉପରେ ।

ଚଳିତ ବର୍ଷ ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନକୁ ନେଇ ସଂସଦରେ ବେଶ୍ ହଙ୍ଗାମା ହୋଇଥିଲା । ଝାଡଖଣ୍ଡର ହଜାରୀବାଗରେ ଏକ ନିର୍ବାଚନୀ ସଭାକୁ ସମ୍ବର୍ଦ୍ଧନ କରିବା ସମୟରେ ରାହୁଲ କହିଥିଲେ “ଭାରତ ଏବେ ମେକ୍ ଇନ୍ ଇଣ୍ଡିଆ ନୁହେଁ, ରେପ୍ ଇନ୍ ଇଣ୍ଡିଆ’ ହୋଇଛି । ଏହି ବୟାନକୁ ନେଇ ବିଜେପି ଓ କଂଗ୍ରେସକ ଓ ରାହୁଲ ମୁହାଁମୁହିଁ ହୋଇଥିଲେ ।

ସେହପିରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିବାକୁ ଯାଇ ନିଜେ ବିବାଦରେ ଛନ୍ଦି ହୋଇଯାଇଥିଲେ ରାହୁଲ । ଚୌକିଦାର ଚୋର ହେ ଓ ସବୁ ମୋଦି ଚୋର ହେ ପରି ବାବଦୀୟ ବୟାନ ପାଇଁ ରାହୁଲଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

ଆହୁରି ମଧ୍ୟ କଂଗ୍ରେସ ସାଂସଦ ଅଧିର ରଂଜନ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଘୁଷପେଠିୟା କହି ବିବାଦ ସୃଷ୍ଟି କରିଥିଲେ ।

ବିଜେପି ସାଂସଦ ପ୍ରଜ୍ଞା ଠାକୁର ମଧ୍ୟ ଚଳିତ ବର୍ଷ ନିଜ ବିବାଦୀୟ ବୟାନ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ତାଙ୍କର ବୟାନ କେବଳ ତାଙ୍କ ପାଇଁ ନୁହେଁ ବିଜେପି ଦଳ ପାଇଁ ମଧ୍ୟ ଅଡୁଆ ସୃଷ୍ଟି କରିଥିଲା । ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ବୟାନ ପାଇଁ ତାଙ୍କୁ ସବୁଆଡୁ ସମାଲୋଚନ ହେବାକୁ ପଡ଼ିଥିଲା ।

ଚଳିତ ବର୍ଷ ୨୦୧୯ ଲୋକସଭା ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଏକ ବୟାନ ସବୁ ସୀମା ଟିପିଯାଇଥିଲା । ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ପାଇଁ ସେ ବାବାଦୀୟ ବୟାନ ଦେଇ ବିଶେଷ କରି ମହିଳାଙ୍କ ଆକ୍ରଶଃର ଶିକାର ହୋଇଥିଲେ । ଏହାସହ ସେ ସଂସଦରେ ମହିଳା ସିପିକର ରମା ଦେବୀଙ୍କୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ଏହାକୁ ସଂସଦର ସମସ୍ତ ମହିଳା ସାଂସଦ ବିରୋଧ କରିଥିଲେ ।

ବିଜେପି ନେତା ଗିରିରାଜ ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଉତ୍ତର କୋରିଆ ରାଷ୍ଟ୍ରପତି କିଙ୍ଗ ଜୋନଙ୍କ୍ ସହ ତୁଳନା କରି ବିବାଦ ସୃଷ୍ଟି କରିଥିଲେ ।

Leave A Reply

Your email address will not be published.