Latest Odisha News

BREAKING NEWS

ଟ୍ଵିନ ସିଟିରେ କିପରି ହୁଏ ଜିରୋ ନାଇଟ ସେଲିବ୍ରେସନ, ଜାଣନ୍ତୁ

ଭୁବନେଶ୍ୱର: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହର ମାହୋଲ । ନୂଆ ସମ୍ଭାବନା, ନୂଆ ଉଦ୍ଦୀପନା ନେଇ ଆସିବ ନୂଆ ବର୍ଷ । ପୁଣୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି ।

ନୂଆବର୍ଷର ପୂର୍ବରାତିରେ ପାଳନ ହେବ’ ଜିରୋ ନାଇଟ ସେଲିବ୍ରେସନ’ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ ହୋଇଥାଏ ।

ଏହି ଅବସରରେ ରାଜ୍ୟ ବାହାରର କଳାକାର ନୃତ୍ୟଗୀତ ପରିବେଷଣ କରିଥାନ୍ତି ।

ଜିରୋ ନାଇଟ ସେଲିବ୍ରେସନ ପାଇଁ ରାଜଧାନୀର ବିଭିନ୍ନ ତାରକା ହୋଟେଲରେ କରାଯାଏ ଭବ୍ୟ ଆୟୋଜନ। ଖାଦ୍ୟ, ପାନୀୟ ସହ ନାଚ ଗୀତର ବ୍ୟବସ୍ଥା ମଧ୍ୟ କରାଯାଏ ।

ରାଜଧାନୀ ଭଳି ସିଲଭରସିଟି କଟକରେ ମଧ୍ୟ ଜିରୋ ନାଇଟ ପାଇଁ ଜୋରଦାର ଆୟୋଜନ କରାଯାଏ।

କଟକ ସହରର କ୍ଳବ ଓ ତାରକା ହୋଟେଲ ଗୁଡିକରେ ନୂଆ ବର୍ଷକୁ ସ୍ୱାଗତ କରିବା ଲାଗି ଡିଜେ ନାଇଟ ଓ ମେଲୋଡି ଶୋ ଆଦି ଆୟୋଜିତ ହୋଇଥାଏ ।

ବିଳମ୍ବିତ ରାତି ପର୍ଯ୍ୟନ୍ତ କଟକ ସହରରେ ବିଭିନ୍ନ ସ୍ଥାନରେ ଯୁବପିଢୀ ମଉଜମସ୍ତି କରିବା ପରେ ନୂତନ ବର୍ଷକୁ ଆତସବାଜି ମାଧ୍ୟମରେ ସ୍ୱାଗତ କରିଥାନ୍ତି।

ନୂଆ ବର୍ଷ ନେଇ ନିକଟରେ ବାଣ ଫୁଟା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଜାରି ତାହା ବ୍ୟର୍ଥ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ଏହାକୁ ଅବମାନନା କରାଯାଇଥାଏ ।

ନୂଆ ବର୍ଷକୁ ସ୍ୱାଗତ କରିବ ପାଇଁ ଫୁଟ ଯାଉଥିବା ବାଣ ଦୀପାବଳୀର ଭ୍ରମ ସୃଷ୍ଟି କରିଥାଏ ।

ସୁରକ୍ଷାବ୍ୟବସ୍ଥା:
ସୁରକ୍ଷା ଦୃଷ୍ଟିରୁ ଉଭୟ ସହରରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସବୁ ଛକରେ ବ୍ଲକିଂ ଓ ଚେକିଂ କରାଯାଇଥାଏ ।

Leave A Reply

Your email address will not be published.