Latest Odisha News

BREAKING NEWS

ବିଦାୟ ୨୦୧୯: ଚନ୍ଦ୍ରଯାନ କେତେ ସଫଳ ?

ନୂଆଦିଲ୍ଲୀ: ୨୦୧୯ ମସିହାର ସବୁଠୁ ଚର୍ଚ୍ଚିତ ଘଟଣାବଳୀ ମଧ୍ୟରେ ରହିଥିଲା ଭାରତର ଚନ୍ଦ୍ରମିଶନ।

ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ ପୃଥିବୀ ଛାଡି ଚନ୍ଦ୍ରପୃଷ୍ଠରେ ପାଦଥାପିବା ଓ ଇତିହାସ ସୃଷ୍ଟି କରିବା ନେଇ ସେସମୟରେ ଜୋରଦାର୍ ଚର୍ଚ୍ଚା ହୋଇଥିଲା ।

କିନ୍ତୁ ଏଯାବତ୍ ଭାରତର ସେହି ଚନ୍ଦ୍ରମିଶନ କେତେ ସଫଳ ଓ କେତେ ବିଫଳ, ତାହାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ନଜରକୁ ଆସୁଛି ।

ଏହି ଚନ୍ଦ୍ରଯାନ-୨ ଇସ୍ରୋ ଦ୍ୱାରା ଭାରତୀୟ ସମୟାନୁସାରେ ୨୦୧୯ ମସିହା ୧୫ ଜୁଲାଇରେ ପ୍ରକ୍ଷେପଣ ହେବାର ଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ କରାଯାଇଥିଲା । ପରେ ଜୁଲାଇ ୨୨ ତାରିଖ (ସୋମବାର) ଅପରାହ୍ନ ୨ଟା ୪୩ମି. ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ସଫଳତାର ସହ ଚନ୍ଦ୍ରାୟନ-୨ ମହାକାଶ ଅଭିମୁଖେ ଗତି କରିଥିଲା ।

ପରେ ଅଗଷ୍ଟ ୨୦ ତାରିଖ ବେଳକୁ ଏହା ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିବା ସହ ସେପ୍ଟେମ୍ବର ୭ ତାରିଖରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଥିଲା । ଏହା ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର ।

ପରେ ୨୦୧୯ ମସିହା ସେପ୍ଟେମ୍ବର ୭ ତାରିଖରେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ ବିଚ୍ଛିନ୍ନ କରି ଦେଇଥିଲା । ପରେ କିନ୍ତୁ ଲ୍ୟାଣ୍ଡର ବିକ୍ରମର ସନ୍ଧାନ ଏବଂ ଚନ୍ଦ୍ର ଚାରିପଟେ ଘୂରି ବୁଲୁଥିବା ଅର୍ବିଟର ଲ୍ୟାଣ୍ଡର ବିକ୍ରମର ସ୍ଥିତି ସମ୍ପର୍କରେ ଚିତ୍ର ପଠାଇଛି ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଥିଲେ ।

ସୂଚନାଯୋଗ୍ୟ, ପ୍ରଥମଥର ଲାଗି ୨୦୦୮ରେ ଚନ୍ଦ୍ର କକ୍ଷପଥରେ ପଶିଥିଲା ଚନ୍ଦ୍ରଯାନ-୧ । ଏହାର ୧୧ବର୍ଷ ପରେ ମିଶନ ଚନ୍ଦ୍ରଯାନ-୨ ଆସିଥିଲା । ଏହି ଚନ୍ଦ୍ରଯାନ ଖୋଜିଥାନ୍ତା ପୃଥିବୀ ସୃଷ୍ଟିର ରହସ୍ୟ ଏବଂ ଚନ୍ଦ୍ରରେ ପାଣିର ସନ୍ଧାନ କରିବା ସହ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ଇତିହାସ ମଧ୍ୟ ରଚିଥାନ୍ତା ଭାରତ ।

ଚନ୍ଦ୍ରଯାନ-୨କୁ ମହାକାଶକୁ ନେଇଥିଲା ଭାରତର ବାହୁବଳୀ ରକେଟ୍ ଏଝଖଠ-ଗଳ ଓଓଓ ରକେଟ୍ । ଏବେସୁଦ୍ଧା ଦେଶରୁ ଉତକ୍ଷେପଣ ହୋଇଥିବା ସବୁ ରକେଟ୍ ଠାରୁ ଏହା ଶକ୍ତିଶାଳୀ ହୋଇଥିବା ବେଳେ ଏହାର ଓଜନ ୩.୮ ଟନ୍ ।
ଚନ୍ଦ୍ରପୃଷ୍ଠକୁ ଯାନ ପଠାଇବାରେ ଆମେରିକା, ରୁଷିଆ ଏବଂ ଚୀନ ପରେ ଭାରତ ୪ର୍ଥ ଦେଶ ହୋଇପାରିଛି।

Leave A Reply

Your email address will not be published.