Latest Odisha News

BREAKING NEWS

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୨୦-୧୨-୨୦୧୯ ଶୁକ୍ରବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ମୋବାଇଲ: 9437225434

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୧୯ ମସିହା ଡିସେମ୍ବର
ତା୨୦ ରିଖ ଶୁକ୍ରବାର ଧନୁ ୦୫ ଦିନ ପୌଷ ମାସା କୃଷ୍ଣ ପକ୍ଷ ନବମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:-ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
ଆଜି: ଲାଉ ଖାଇବା ନିଷେଧ

ମେଷ
କର୍ମ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିବ ।ବୁଦ୍ଧି ବଳରେ କାର୍ଯ୍ୟ ସାଧନ କରିବେ ।ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।

ବୃଷ
ଗଠନ ମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ।ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।ହଠାତ୍ ଆଶାନୁଯାୟୀ ଅର୍ଥ ପ୍ରାପ୍ତି ହେବ ।ବହୁଦିନର ପ୍ରତିକ୍ଷିତ ସୁସମ୍ବାଦ ପାଇ ମନ ଖୁସି ରହିବ । ପ୍ରେମରେ ସଫଳତା ମିଳିବ ।

ମିଥୁନ
ତରବରିଆ ଭାବେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ।ସ୍ଥିରତା ଅବଲମ୍ବନ କରନ୍ତୁ ।ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ ।ଆଯ ଅପେକ୍ଷା ବ୍ଯୟ ଅଧିକ ହେବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଆଶାନୁରୂପ ଶୁଭ ଫଳ ପାଇବେ ନାହିଁ ।

କର୍କଟ
ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦ ଦେଦେଖା ଦେବ ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରୁହନ୍ତୁ ।ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ଅସଫଳତା ହେବେ ।

ସିଂହ
ସାଙ୍ଗଠନିକ କାର୍ଯ୍ୟର ନେତୃତ୍ବ ନେଇ ପ୍ରଶଂସିତ ହେବେ ।କର୍ମ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ସହାନୁଭୂତି ମିଳିବ ।ପାରିବାରିକ ଓ ଗ୍ରାହ୍ଯସ୍ଥ ଜୀବନ ସୁଖପ୍ରଦ ହେବ ।ବନ୍ଧୁ ଦର୍ଶନର ସୁଯୋଗ ଅଛି ।ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

କନ୍ୟା
ପାରିବାରିକ ସମସ୍ଯା ଆପଣଙ୍କୁ ବିଚଳିତ କରାଇବ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ସ୍ଥଗିତ କାମ ପାଇଁ ଦୋଷି ସାବ୍ଯସ୍ତ ହେବେ ।ବ୍ଯବସାୟରେ ଲାଭ ମିଳିବ ନାହିଁ ।

ତୁଳା
ହଠାତ୍ ଆଶାନୁରୂପ ଲାଭବାନ ହେବେ ।ବ୍ଯବସାୟ ବାଣିଜ୍ୟ ଦିଗରେ ଶୁଭ ଫଳ ପାଇବେ ।କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ଉଚ୍ଚ ସମ୍ମାନ ଲାଭ ଯୋଗ ରହିଛି ।ଆଇନ ଅଦାଲତରୁ ନ୍ଯାୟ ପାଇବେ ।

ବିଛା
ସତକଥା କହି ଅସମ୍ମାନିତ ହେବେ । ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ଦେଖାଦେବ।ଜମିଜମା କ୍ଷେତ୍ରରେ ମାଲିମକଦମାରେ ଜଡିତ ହେବେ । କର୍ମ କ୍ଷେତ୍ରରେ ନାନାପ୍ରକାର ସମସ୍ଯା ଦେଖା ଦେବ ।

ଧନୁ
ଶରୀର ସୁସ୍ଥ ରହିବ ।ଆକସ୍ମିକ ଧନ ଲାଭର ସୁଯୋଗ ରହିଛି ।ବ୍ଯବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।ସ୍ଥାବର ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ।ସୁସ୍ବାଦ ଭୋଜନ ମିଳିବ ।ବନ୍ଧୁ ଦର୍ଶନର ସୁଯୋଗ ଅଛି ।

ମକର
ଶରୀର ସୁସ୍ଥ ରହିବ । ଅଳ୍ପ ପରିଶ୍ରମରେ ଅଧିକ ଉପାର୍ଜନ କରିବେ । ସାଙ୍ଗଠନିକ କାର୍ଯ୍ୟର ନେତୃତ୍ବ ନେଇ ପ୍ରଶଂସିତ ହେବେ । ସାଂସାରିକ ଜୀବନ ସୁଖମୟ ହେବ । ମହିଳାମାନେ ପ୍ରତ୍ୟେକ ଦିଗରେ ସଫଳତା ଲାଭ କରିବେ ।
କୁମ୍ଭ
ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।ଧାର କରଜ କରିବାକୁ ବାଧ୍ୟ ହେବେ ।ସାଧାରଣ କଥାରୁ କଳହ ସୃଷ୍ଟି ହେବ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ । ନିର୍ମାଣଧୀନନ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେବ ।

ମୀନ
ଆଯ ଅପେକ୍ଷା ବ୍ଯୟ ଅଧିକ ହେବ ।ପୈତୃକ ସମ୍ପତ୍ତିସମ୍ପତ୍ତିକୁ ନେଇ ଆଇନର ଦ୍ବାରସ୍ଥ ହେବେ ।ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।ପିଲାମାନଙ୍କ ସମସ୍ଯାକୁ ନେଇ ଚିନ୍ତିତ ହେବେ ।ବିନା କାରଣରେ ଦୋଷି ସାବ୍ଯସ୍ତ ହେବେ ତେଣୁ ଯଗି ରଖି ଚଳନ୍ତୁ ।

Leave A Reply

Your email address will not be published.