Latest Odisha News

BREAKING NEWS

ପ୍ରବଳ ବର୍ଷାରେ ରେଲୱେ ଟ୍ରାକ୍ କ୍ଷତିଗ୍ରସ୍ତ, ଟ୍ରେନ ବାତିଲ୍

ଭୁବନେଶ୍ୱର: ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଏହାର ପ୍ରଭାବରେ ଡାଇକାଲୁ-ଅମ୍ବଦଳାରେ ଥିବା ରେଲୱେ ଟ୍ରାକ୍ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ରେଳ ଟ୍ରାକ୍ ଧୋଇ ହୋଇଯାଇଛି ।

ଏଭଳି ପରିସ୍ଥିତିରେ ରେଳସେବା ବାଧାପ୍ରାପ୍ତ ହୋବା ସଙ୍ଗେସଙ୍ଗେ ଅନେକ ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନକୁ ଆଶିଂକ ବାତିଲ କରାଯାଇଛି ।

ଟ୍ରେନ୍ ବାତିଲ୍- ଅଗଷ୍ଟ ୭ ତାରିଖ (ବୁଧବାର)

୫୮୩୦୧/୫୮୩୦୨ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର (ଉଭୟ ପଟୁ)

୫୮୩୦୩/୫୮୩୦୪ ସମ୍ବଲପୁର-ଜୁନାଗଡ ରୋଡ୍ -ସମ୍ବଲପୁର ପାସେଞ୍ଜର (ଉଭୟ ପଟୁ)

୫୮୫୨୭/୫୮୫୨୮ ରାୟପୁର-ବିଶାଖାପାଟଣା-ରାୟପୁର ପାସେଞ୍ଜର (ଉଭୟ ପଟୁ)

୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା -ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍ (ଉଭୟ ପଟୁ)

Leave A Reply

Your email address will not be published.