Latest Odisha News

BREAKING NEWS

୨୦୧୯: କ୍ରିକେଟର ୬ ବଡ଼ ବିବାଦୀୟ ମୂହୁର୍ତ୍ତ…

ଭୁବନେଶ୍ୱର: ୨୦୧୯ ସରିବାକୁ ବସିଛି । ଭାରତୀୟ କ୍ରିକେଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ ସିରିଜରେ ବିଜୟ ହାସଲ କରିବା ସହ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଶେଷ କରିବାକୁ ଯାଉଛି । ତେବେ ଆମେ ୨୦୧୯ରେ କ୍ରିକେଟର ଘଟିଥିବା ୬ ବିବାଦ ବିଷୟରେ ନିମ୍ନରେ ଉଲ୍ଲେଖ କରୁଛୁ ।

କଫି ୱିଥ କରଣ ବିବାଦ:

କରଣ ଜୋହରଙ୍କ ଟିଭି ଶୋ କଫି ୱିଥ କରଣ ଶୋରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ ମନ୍ତବ୍ୟ ଝଡ ସୃଷ୍ଟି କରିଥିଲା । ମହିଳାଙ୍କ ବିଷୟରେ ସେମାନେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହି ବିବାଦ ବଢ଼ିବାରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ଦୁଇ ଖେଳାଳିଙ୍କୁ ନିଲମ୍ବିତ କରିଥିଲେ ।

ବଳିଦାନ ବ୍ୟାଜ ବିବାଦ:

ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମ୍ୟାଚ ଅବସରରେ ଟିମ୍ ଇଣ୍ଡିଆର ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଧୋନୀ ତାଙ୍କ ଗ୍ଲୋଭସରେ ଅର୍ଦ୍ଧସୈନିକ୍ୟ ବାହିନୀଙ୍କ ବଳିଦାନ ଚିହ୍ନ ଲଗାଇଥିଲେ । ଆନ୍ତର୍୍ାତୀୟ କ୍ରିକେଟ କାଉନସିଲ ଏହି ବ୍ୟାଜ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଧୋନୀ ବାଧ୍ୟ ହୋଇ ଗ୍ଲୋଭ୍ସରୁ ଏହାକୁ ହଟାଇଥିଲେ ।

ବିଜୟ ଶଙ୍କର/ରାୟୁଡୁ ଥ୍ରୀ ଡି ବିବାଦ:

ବିଶ୍ୱକପ ୨୦୧୯ ଭାରତୀୟ ଟିମରେ ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ବିଜୟ ଶଙ୍କରକୁ ଚୂଡାନ୍ତ ଦଳରେ ସାମିଲ କରାଯାଇଥିଲା । ରାୟୁଡୁ ଏ ନେଇ ଏକ ଟୁଇଟ କରିଥିଲେ । ସେଥିରେ ଉଲ୍ଲେଖ ଥିଲା ବିଶ୍ୱକପ ଦେଖିବା ପାଇଁ ମୋତେ ଗୋଟିଏ ଥ୍ରୀଡି ଚଷମା କିଣିବାକୁ ପଡିବ । ଚୟନ କମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ ଚୟନ ନେଇ କହିଥିଲେ ଶଙ୍କରଙ୍କ ଉପସ୍ଥିତି ଦଳକୁ ଥ୍ରୀ ଡାଇମେନଶନ ପ୍ରଦାନ କରିବ । ଏହାକୁ ସମାଲୋଚନା କରି ରାୟୁଡୁ ଉପରୋକ୍ତ ବାକ୍ୟ ଲେଖିଥିଲେ ।

ଧୋନୀ ଓ ଅମ୍ପାୟରଙ୍କ ମଧ୍ୟରେ ଯୁକ୍ତି:

ଇଣ୍ଡିଆନ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମୁକାବିଲା ଅବସରରେ ଧୋନୀ ଓ ଅମ୍ପାୟରଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଚେନ୍ନାଇ ବିଜୟ ପାଇଁ ୩ ବଲରେ ୭ ରନ ଆବଶ୍ୟକ କରୁଥିବା ବେଳେ ଅମ୍ପାୟରଙ୍କ ଏକ ନୋ ବଲ ନିଷ୍ପତି ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅମ୍ପାୟର କିନ୍ତୁ ନୋ ବଲ ଦେଇ ନ ଥିବା ସ୍ପଷ୍ଟ କରିଥିଲେ । ଧୋନୀ ଏ ନେଇ ତାଙ୍କ ସହ ଯୁକ୍ତି କରିଥିଲେ । ପରେ ଅମ୍ପାୟରଙ୍କୁ ଖରାପ ବ୍ୟବହାର ନେଇ ଧୋନୀଙ୍କୁ ଫିସ୍ କଟା ଯାଇଥିଲା ।

ମାଂକଡିଗ ବିବାଦ:

ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗରେ ରାଜସ୍ଥାନ ରୟାଲ୍ସର ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ମାଂକଡିଗ ଆଉଟ କରି ପ୍ୟାଭିଲିୟନ ଫେରାଇ ଦେଇଥିଲେ । ଏହି ଘଟଣା ପୁନର୍ବାର କ୍ରିକେଟ ମହଲରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା ।

ମାର୍ଟିନ ଗୁପଟିଲଙ୍କ ଥ୍ରୋ:

ବିଶ୍ୱକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମାର୍ଟିନ ଗୁପଟିଲଙ୍କ ଥ୍ରୋ ସବୁଠାରୁ ଚର୍ଚ୍ଚିତ ଆଉ ବିବାଦୀୟ ରହିଥିଲା । ଶେଷ ଓଭରରେ ନ୍ୟୁଜିଲାଣ୍ଡର ଏହି ଖେଳାଳିଙ୍କ ଥ୍ରୋ ବଳରେ ଇଂଲଣ୍ଡକୁ ୬ ରନ ମିଳିଥିଲା । ଫଳରେ ମ୍ୟାଚ ଟାଇ ହୋଇଥିଲା । ସୁପର ଓଭରରେ ଉଭୟ ଦଳ ସମାନ ରନ କରିଥିଲେ ମଧ୍ୟ ଇଂଲଣ୍ଡ ଅଧିକ ବାଉଣ୍ଡରୀ ମାରିଥିବାରୁ ବିଜୟୀ ଘୋଷିତ କରାଯାଇଥିଲା ।

Leave A Reply

Your email address will not be published.