Latest Odisha News

BREAKING NEWS

ଜାନୁଆରୀ ୨୫ରୁ ଆରମ୍ଭ ହେବ ସମସ୍ତ +୨ ପ୍ରାକ୍ଟିକାଲ୍ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ରୁ ଆରମ୍ଭ ହେବ +୨ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ଆସନ୍ତା ଜାନୁଆରୀ ୫ରୁ ୧୫ତାରିଖ ମଧ୍ୟରେ ସବୁ କଲେଜର ଭିତ୍ତିଭୂମି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଯଦିଓ ଜାନୁଆରୀ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା ତେବେ ପୁଣି ଫର୍ମପୂରଣ ତାରିଖ ଘୁଞ୍ôଚବା ପରେ ପ୍ରାକ୍ଟିକାଲ ପରୀକ୍ଷା ନିର୍ଦ୍ଧାରିତ ସମୟରେ ନହୋଇ ୨୫ରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ରାଜ୍ୟରେ ମୋଟ ୨୦୬୦ଟି ଜୁନିୟର କଲେଜର ପ୍ରାୟ ୩ଲକ୍ଷ ୫୦ହଜାର ଛାତ୍ରଛାତ୍ରୀ ଏଥର କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବେ । ଏନେଇ ୧୧୦୬ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ତେବେ ପ୍ରାକ୍ଟିକାଲ ପରୀକ୍ଷା ନିଜ କଲେଜରେ ଅନୁଷ୍ଠିତ ହେଉଥିବାରୁ ସବୁ ଘରୋଇ କଲେଜ ଉପରେ ନଜର ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସବୁ ସରକାରୀ, ଅନୁଦାନପ୍ରାପ୍ତ ଏବଂ ଘରୋଇ କଲେଜର ଭିତ୍ତିଭୂମି ଏବଂ ପ୍ରାକ୍ଟିକାଲ ରୁମ୍ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏହି ଯାଞ୍ଚ ପ୍ରକ୍ରିୟାଆସନ୍ତା ୫ରୁ ୧୫ତାରିଖ ମଧ୍ୟରେ ସାରିବାକୁ ଟାର୍ଗେଟ ଦିଆଯାଇଥଽା ବେଳେ ଯାଞ୍ଚ ରିପୋର୍ଟ ଜାନୁଆରୀ ୨୦ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶଥାଉ କି, ସବୁ ପ୍ରାକ୍ଟିକାଲ ପରୀକ୍ଷାରେ ଯେପରି ପରୀକ୍ଷାରେ ସ୍ୱଚ୍ଛତା ରହିବ ଏବଂ ପ୍ରାକ୍ଟିକାଲ ଲାଗି ଆବଶ୍ୟକ ସାମଗ୍ରୀ ଏବଂ ଉନ୍ନତ ଭିତ୍ତିଭୂମି ରହିଥିବ ସେଥି ଲାଗି ଗୁରୁତ୍ୱ ଦିଆଯିବ । ଏପରିକି ପ୍ରତ୍ୟେକ ପ୍ରାକ୍ଟିକାଲ ରୁମ୍ରେ ଯେପରି ସର୍ବାଧିକ ୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ସେଥିପାଇଁ ବ୍ୟବସ୍ଥା ରହିଥିବା ଆବଶ୍ୟକ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ପ୍ରାକ୍ଟିକାଲ ପରୀକ୍ଷା ପାଇଁ ବାହାର କଲେଜର ଏକ୍ସରନାର୍ଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଘରୋଇ କଲେଜ ଲାଗି ସରକାରୀ କଲେଜର ବରିଷ୍ଟ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ଦେବା ଲାଗି ଯୋଜନା ରହିଛି । ପୂର୍ବରୁ ରାଜ୍ୟର ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକମାନେ ମଧ୍ୟ ଏକ୍ସରର୍ନାଲ ଭାବେ ପରୀକ୍ଷା ଲାଗି ନିୟୋଜିତ ହେଉଥିଲେ । ଏଣିକି କେଉଁ ଅଧ୍ୟାପକଙ୍କୁ ପ୍ରାକ୍ଟିକାଲ ଲାଗି ଏକ୍ସଟର୍ନାଲ ଭାବେ ମନୋନୀତ କରାଯିବ ସେଥିପାଇଁ ମଧ୍ୟ ଏକ କମିଟି ଗଠନ କରାଯିବ ।

ଏପରି ସମ୍ପର୍କରେ +୨ପରିଷଦର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ ବର୍ଷ ଜାନୁଆରୀ ୨୭ରୁ ପରୀକ୍ଷା ଆରମ୍ଭ ହୋଇଥିଲା । ତେବେ ୨୦୨୦ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ କରାଯିବ । ଜାନୁଆରୀ ୨୫ରୁ ୨୮ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯିବ । ସେହି ସମୟ ମଧ୍ୟରେ କଲେଜର କର୍ତ୍ତୃପକ୍ଷ ନିଜ ସୁବିଧା ଅନୁଯାୟୀ ପରୀକ୍ଷା ପରିଚାଳନା କରିବେ ।

ପ୍ରାକ୍ଟିକାଲ ପରୀକ୍ଷା ପ୍ରଶ୍ନପତ୍ର ସୁରକ୍ଷା ଏବଂ କପି ରୋକିବା ଲାଗି ଚଳିତବର୍ଷ ବ୍ୟାପକ କଡ଼ା ପଦକ୍ଷେପ ଗ୍ରହଣ କରାଯିବ । ସବୁ ପ୍ରାକ୍ଟିକାଲ ରୁମ୍ରେ ସିସି କ୍ୟାମେରା ଏବଂ ଥିଓରୀ ଭଳି ଏଥର ପ୍ରାକ୍ଟିକାଲ ପରୀକ୍ଷାରେ ମଧ୍ୟ ତ୍ରୀସ୍ତୀର ଯାଞ୍ଚ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି । ଯେଉଁ କଲେଜରେ ବିଶୃଙ୍ଖଳା ବା ଅଭିଯୋଗ ହେବ ସେହି କଲେଜର କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.