Latest Odisha News

BREAKING NEWS

ବାଲେଶ୍ୱର ବସ୍ତାରେ ବଡ ସେକ୍ସ ରାକେଟର ପର୍ଦ୍ଦାଫାସ: ୧୩ ଗିରଫ, ୮ ମହିଳା ଉଦ୍ଧାର

ବାଲେଶ୍ୱର:  ଦେହ ବ୍ୟବସାୟ ଓ ମହିଳାଙ୍କୁ ଅନୈତିକ ଚାଲାଣ କରୁଥିବା ଏକ ବଡ ରାକେଟର ପର୍ଦ୍ଦାଫାଶ କରିଛି ବାଲେଶ୍ବର ପୋଲିସ। ପୋଲିସ ୧୩ ଜଣଙ୍କୁ ଗିରଫ କରିବା ସହ ୮ ଜଣ ମହିଳାଙ୍କୁ ଉଦ୍ଧାର କରିଛି। ପଶ୍ଚିମବଙ୍ଗର ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଓଡ଼ିଶାକୁ ଚାଲାଣ ହେଉଥିବା ଜଣେ ମହିଳାଙ୍କୁ ନେଇ ହୋଇଥିବା ଅଭିଯୋଗ ଆଧାରରେ ଏହି ରାକେଟର ପର୍ଦ୍ଦାଫାସ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ଅଭିଯୋଗ ପାଇବା ପରେ ବାଲେଶ୍ୱର ପୁଲିସ ଏକ ଟିମ୍ ଗଠନ କରି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲା। ବାଲେଶ୍ୱର ଜିଲ୍ଲା ବସ୍ତାରେ ସେକ୍ସ ରାକେଟ୍ ଚଳାଉଥିବା ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏହା ପରେ ପୀଡ଼ିତାଙ୍କୁ ରଖିଥିବା ଏବଂ ନକଲି ପରିଚୟ ପତ୍ର ତିଆରି କରିବାରେ ସାହାଯ୍ୟ କରିଥିବା ୨୮ ବର୍ଷୀୟ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ବେଆଇନ ବ୍ୟବସାୟରୁ ମଧ୍ୟ ଯୁବକ ଜଣକ ଟଙ୍କା ନେଉଥିଲେ ବୋଲି ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।

ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ପୀଡ଼ିତାଙ୍କୁ ବାଲେଶ୍ୱର ସହର ସମେତ ଏକାଧିକ ଅଞ୍ଚଳକୁ ପଠାଯାଇଥିଲା ଏବଂ ପରେ ଆଉ ଚାରି ଜଣଙ୍କୁ ଗିରଫ କରାଯାଇଥିଲା। ଉଦ୍ଧାର ହେବା ପରେ ପୀଡ଼ିତା ନିଜର ଜଣେ ପରିଚିତଙ୍କ ବିଷୟରେ ଖୁଲାସା କରିଥିଲେ, ଯିଏକି ଫସି ରହିଥିଲେ।

ସେ କହିଛନ୍ତି, ଦୁଇ ଜଣଙ୍କୁ ଉଦ୍ଧାର କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଦୁହେଁ ପଶ୍ଚିମବଙ୍ଗ ଦେଇ ଓଡ଼ିଶା ଆସିଛନ୍ତି। ପରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ସହ ଲିଙ୍କ୍ ଥିବା ୨୪ ପ୍ରାଗଣା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ମାଷ୍ଟରମାଇଣ୍ଡ କୁହାଯାଉଥିବା ବେଳେ ଆମେ ତାଙ୍କୁ ଧରିବାରେ ସଫଳ ହୋଇଥିଲୁ। ଉଭୟଙ୍କ ମଧ୍ୟରେ ଆର୍ଥିକ କାରବାରର ଏକାଧିକ ଉଦାହରଣ ଆମେ ପାଇଛୁ। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ବୋଲି ଏସପି କହିଛନ୍ତି।

ସେ ଆହୁରି ସୂଚନା ଦେଇଛନ୍ତି ଯେ ଚିହ୍ନଟ ପ୍ରମାଣର ଜାଲିଆତି ଏବଂ ଅନୁପ୍ରବେଶରେ ସମ୍ପୃକ୍ତି ଥିବାରୁ କ୍ରାଇମବ୍ରାଞ୍ଚ ସମେତ ଏକାଧିକ ଏଜେନ୍ସିର ସହାୟତା ନିଆଯିବ। ଏ ଯାଏ ଆମେ ଦୁଇ ଜଣ ମୁଖ୍ୟ ପୀଡ଼ିତା ଏବଂ ଅନ୍ୟ ଛଅ ଜଣ ମହିଳାଙ୍କୁ ଉଦ୍ଧାର କରିଛୁ ଏବଂ ବସ୍ତା ଏବଂ ସିଙ୍ଗଲାରେ ଥିବା ରାକେଟ୍ ସହିତ ତିନୋଟି ରାକେଟ୍ ଠାବ କରିଛୁ। ଦୁଇଟି ଘଟଣାରେ ମୋଟ ୧୩ ଜଣଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.