Latest Odisha News

BREAKING NEWS

ଦାବି ସତ୍ବେ ରାଉରକେଲା ବିମାନଘାଟିରୁ ଦୈନିକ ଆରମ୍ଭ ହୋଇପାରିନାହିଁ ବିମାନ ସେବା

ରାଉରକେଲା: ପ୍ରତିଶ୍ରୁତି ପାଲଟୁଛି ପାଣିର ଗାର । ବାରମ୍ବାର ଦାବି ସତ୍ବେ ରାଉରକେଲା ବିମାନଘାଟିରୁ ଦୈନିକ ଆରମ୍ଭ ହୋଇପାରିନାହିଁ ବିମାନ ସେବା । ଗତ ତିନି ବର୍ଷ ହେଲା ଉଡାନ ଯୋଜନା ଆରମ୍ଭ ହେବ ବୋଲି ବାରମ୍ବାର ପ୍ରତିଶୃତି ଦିଆଯାଉଛି । ହେଲେ ଆଜି ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ ହେଉନଥିବାରୁ ରାଉରକେଲା ସହରବାସୀଙ୍କ ମଧ୍ୟରେ ଅସନ୍ତୋସ ବୃଦ୍ଧି ପାଇବାରେ ଲାଗିଛି । 

ରାଉରକେଲା ସହରରୁ ଦିଲ୍ଲୀ, ମୁମ୍ବାଇ, ରାୟପୁର, କୋଲକାତା ଓ ଭୁବନେଶ୍ବର ସହିତ ଅନ୍ୟ କିଛି ପ୍ରମୁଖ ସହରକୁ ଦୈନିକ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ରାଉରକେଲା ସହରବାସୀ ଦୀର୍ଘବର୍ଷ ହେଲା ଦାବି କରି ଆସୁଛନ୍ତି । 

ଅନ୍ୟପକ୍ଷରେ ଉଡାନ ଯୋଜନା ବିଳମ୍ବ ହେଉଥିବାରୁ ରାଜ୍ୟ ସରକାର ରାଉରକେଲା ସହରରେ ନିଜସ୍ବ ଉଦ୍ୟମରେ ଏକ ନୁତନ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ଦାବି ହୋଇଛି । 

ସେପଟେ ରାଉରକେଲା ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ବିମାନଘାଟିର ରନୱେ ୬ଶହ ମିଟର ବୃଦ୍ଧି କରାଯିବା ପରେ ବିମାନ ଚଳାଚଳ ଆରମ୍ଭ କରାଯିବ ବୋଲି ରାଉରକେଲା ଇସ୍ପାତ କାରଖାନା ଅଫିସର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.