Latest Odisha News

BREAKING NEWS

ଭିନ୍ନ ଅନୁଭୂତି ସାଉଁଟିବା ପାଇଁ ସମୁଦ୍ର ଭିତରେ ବିବାହ କଲେ ଦମ୍ପତି

ଚେନ୍ନାଇ: ସାରା ସମୁଦ୍ର ଥିଲା ତାଙ୍କ ବିବାହ ମଣ୍ଡପ ଓ ଜଳଜୀବମାନେ ବରଯାତ୍ରୀ । ଭିନ୍ନ ଏକ ପରିବେଶରେ ବିବାହ କରିବା ନିଷ୍ପତ୍ତି ନେଇ ଚେନ୍ନାଇ ନୀଲନକରାଇରେ ସମୁଦ୍ର ପତନରୁ ୬୦ ଫୁଟ ତଳକୁ ଯାଇ ବିବାହ କରିଛନ୍ତି ଏକ ଦମ୍ପତିି ।

ଏହି ଦମ୍ପତି ହେଲେ ତିରୁଭନାମଲାଇର ଚିନ୍ନାଦୁରାଇ ଓ କୋଏମ୍ବାଟୁରର ଶ୍ୱେତା । ନିଜ ବିବାହକୁ ସ୍ମୃତିମଧୁର କରି ରଖିବା ପାଇଁ ସେମାନେ ଏପରି ନିଷ୍ପତ୍ତି ନେଇଥିଲେ । ଆଉ ସମୁଦ୍ରରେ ବର୍ଜ୍ୟବସ୍ତୁ ନ ପକାଇବାକୁ ସଚେତନତା ସୃଷ୍ଟି କରିଥିଲେ ।

ଏଥି ପାଇଁ ଶ୍ୱେତା ସ୍କୁବା ଡାଇଭିଂ ଟ୍ରେନିଂ ନେଇଥିଲେ । ଫୁଲ, ଫୁଲମାଳ ଓ କଦଳୀପତ୍ର ଆଦି ବ୍ୟବହାର କରି ପ୍ରାକୃତିକ ବେଦୀ ତିଆରି ହୋଇଥିଲା । ଦୁହେଁ ପାରମ୍ପରିକ ବିବାହ ପୋଷାକ ପିନ୍ଧି ବିବାହ କରିଥିଲେ । ଗତକାଲି ଆନୁଷ୍ଠିତ ଏହି ବିବାହ ୪୫ ମିନିଟରେ ଶେଷ ହୋଇଥିଲା ।

Leave A Reply

Your email address will not be published.