Latest Odisha News

BREAKING NEWS

କାଲିଠୁ ଭୁବନେଶ୍ୱରରୁ ବାଗଡୋଗ୍ରା ବିମାନ ସେବା ଆରମ୍ଭ

ଭୁବନେଶ୍ୱର: ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ଅଗଷ୍ଟ ୩୦ରେ ଦକ୍ଷିଣ ବଙ୍ଗଳାର ଅଣ୍ଡାଲରେ ରହିବା ସହିତ ବାଗଡୋଗ୍ରା ଏବଂ ଭୁବନେଶ୍ୱର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିବ।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ର ସୂଚନା ଅନୁଯାୟୀ, ଏହି ବିମାନଗୁଡ଼ିକ ସପ୍ତାହରେ ଚାରି ଦିନ ଯଥା ସୋମବାର, ବୁଧବାର, ଶୁକ୍ରବାର ଏବଂ ରବିବାର ଉଡ଼ାଣ କରିବ।

ବାଗଡୋଗ୍ରାକୁ ଦୁର୍ଗାପୁର ସହିତ ସଂଯୋଗ କରୁଥିବା ପ୍ରଥମ ବିମାନ ହେଉଛି ଇଣ୍ଡିଗୋ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଯାତ୍ରୀମାନେ ଭୁବନେଶ୍ୱର ଏବଂ ବାଗଡୋଗ୍ରା ମଧ୍ୟରେ ଯାତ୍ରା କରିବା ପାଇଁ କୋଲକାତା କିମ୍ବା ଅନ୍ୟାନ୍ୟ ସ୍ଥାନରୁ ବିମାନରେ ଯାଉଛନ୍ତି।

ଦୁର୍ଗାପୁର ନିକଟରେ ଅଣ୍ଡାଲର କାଜି ନାଜରୁଲ ଇସଲାମ ବିମାନବନ୍ଦର ଅବସ୍ଥିତ।

ଭୁବନେଶ୍ୱର-ଅଣ୍ଡାଲ-ବାଗଡୋଗ୍ରାର ଏହି ବିମାନ ଭୁବନେଶ୍ୱରରୁ ସକାଳ ୧୧ଟା ୧୫ମି.ରେ ଉଡାଣ ଭରିବାକୁ ଥିବାବେଳେ ଦିନ ୧୨.୫୫ମି ରେ ଦୁର୍ଗାପୁରରେ ଅବତରଣ କରିବ। ଏହା ପରେ ଦିନ ୧ଟା ୧୫ମି.ରେ ଉଡାଣ ଭରିବା ସହ ବାଗଡୋଗ୍ରାରେ ଦିନ ୨ଟା ୨୦ମି.ରେ ପହଞ୍ଚିବ।

ସେହିପରି ଏହି ବିମାନ ବାଗଡୋଗ୍ରାରୁ ଦିନ ୨ଟା ୫୫ମି. ରୁ ଉଡାଣ ଭରିବା ସହ ଅପରାହ୍ନ ୪ଟା ୦୫ମି.ରେ ଦୁର୍ଗାପୁରରେ ପହଞ୍ଚିବ।

Comments are closed.