Latest Odisha News

ଆଜି ଭୁବନେଶ୍ବରରୁ ଗୌହାଟୀକୁ ଉଡି଼ବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗୌହାଟି ପହଞ୍ଚିବାକୁ ଲାଗିବ ମାତ୍ର ଦେଢ ଘଣ୍ଟା ସମୟ । ଆଜିଠାରୁ ଓଡ଼ିଶାରୁ ଗୌହାଟୀ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ଚାଲିବ ବିମାନ । ସପ୍ତାହର ସବୁଦିନ ସେବା ଯୋଗାଇବ ଇଣ୍ଡିଗୋ । ଏହା ପରେ ଆଗକୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ସିଧାସଳଖ ଉଡିପାରେ ବିମାନ ।

ଭୁବନେଶ୍ବରରୁ ଗୌହାଟୀକୁ ସିଧାସଳଖ ବିମାନସେବା ଆରମ୍ଭ ହେବା ପରେ ମାତ୍ର ଦେଢ଼ ଘଣ୍ଟାରେ ଗୌହାଟୀରେ ପହଞ୍ଚିବେ ଯାତ୍ରୀ । ପ୍ରତିଦିନ ବିମାନ ଅପରାହ୍ନ ୧ଟା ୨୮ରୁ ଭୁବନଶ୍ୱରରୁ ଛାଡ଼ିବ ଓ ୨ଟା ୫୫ ମିନିଟ୍ ରେ ଗୌହାଟିରେ ପହଞ୍ଚିବ । ସେହିପରି ବିମାନ ଗୌହାଟୀରୁ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ଆଗାମୀ ଦିନରେ ଭୁବନେଶ୍ୱରର ବିମାନ ବନ୍ଦରରୁ ସୁରଟ, ଜମ୍ମୁ ଓ ଚଣ୍ଡିଗଡକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

ଯାତ୍ରୀଙ୍କ ଭିଡକୁ ଦେଖି ଯୋଜନା କରୁଛନ୍ତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ । ପୂର୍ବରୁ ଓଡ଼ିଶା ସହ ଯୋଡି ହୋଇଛି ୨୦ ଟି ଡେଷ୍ଟିନେସନ । ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀ ଯାତାୟତ କରୁଛନ୍ତି ।

Comments are closed.