Latest Odisha News

BREAKING NEWS

ଆଜିଠୁ ଭୁବନେଶ୍ବର ରୁ ଝାରସୁଗୁଡାକୁ ଉଡିବ ବିମାନ, ସେପଟେ ପ୍ରଥମ ଦିନରେ ରାଉରକେଲାରୁ ବିମାନସେବା ବାତିଲ

ଭୁବନେଶ୍ବର: ରାଜ୍ୟରେ ବ୍ୟାପକ ହେଉଛି ବିମାନ ସେବା । ଲୋକଙ୍କ ଯାତାୟତ ସୁବିଧା ସହ ରାଜ୍ୟ ଅର୍ଥନୀତିର ବିକାଶ ପାଇଁ ରାଜ୍ୟସାରକାର ବିମାନ ସେବାରେ ଏହି ନୂଆ ପଦକ୍ଷେପ ମାନ ନେଉଛନ୍ତି । ଏନେଇ ଆଜି ଠାରୁ ଭୁବନେଶ୍ବରରୁ ଝାରସୁଗୁଡାକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବ ଆଲିଆନ୍ସ ଏୟାର । ଏହା ବିମାନ ସପ୍ତାହକୁ ୪ ଦିନ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ ।

ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅପରାହ୍ନ ୪ ଟା ୧୫ ରୁ ବାହାରି ଝାରସୁଗୁଡାରେ ୫ ଟା ୩୦ରେ ପହଞ୍ଚିବ । ସେହିପରି ଝାରସୁଗୁଡାରୁ ସଂଧ୍ୟା ୫ ଟା ୫୫ ରୁ ବାହାରି ଭୁବନେଶ୍ବରରେ ରାତି ୭ ଟା ୫ରେ ପହଞ୍ଚିବ । ଏନେଇ ସୂଚନା ଦେଇଛି ଆଲିଆନ୍ସ ଏୟାର ।

ସେହିପରି ଅନ୍ୟପଟେ ଗତକାଲି (ମଙ୍ଗଳବାର) ରାଉରକେଲାରୁ କଲିକତା ଓ ଭୁବନେଶ୍ବରକୁ ବିମାନସେବା ବାତିଲ ହୋଇଛି । ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସପ୍ତାହକୁ ମଙ୍ଗଳବାର, ଗୁରୁବାର ଓ ଶନିବାର ରାଉରକେଲାରୁ କଲିକତାକୁ ବିମାନ ଚଳାଚଳ କରିବାର ଥିବାବେଳେ, ଗତକାଲି ପ୍ରଥମ ଦିନ ରୁ ହିଁ ବିମାନ ସେବା ବାତିଲ ଯୋଗୁଁ ଅନେକ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେହିପରି ରାଉରକେଲାରୁ ଭୁବନେଶ୍ବର କୁ ବିମାନ ଚଳାଚଳ କରିବାର ଥିବାବେଳେ ପାଗ ଅନୁକୂଳ ଯୋଗୁଁ ଏହା ମଧ୍ୟ ବାତିଲ ହୋଇଥିବା ଜଣାପଡିଛି ।

Comments are closed.