Latest Odisha News

BREAKING NEWS

Bbsr-Singapore Flights Cancelled:ଯୁଦ୍ଧର ପ୍ରଭାବ…ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା କରାଗଲା ବନ୍ଦ । ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି । ଯୁଦ୍ଧ ପାଇଁ ପୂର୍ବରୁ ଦୁବାଇକୁ ବିମାନସେବା ବନ୍ଦ ହୋଇଥିଲା ।

ବର୍ତ୍ତମାନ ଭୁବନେଶ୍ବରରୁ କେବଳ ଗୋଟିଏ ଆନ୍ତର୍ଜାତୀୟ ବିମାନ ବ୍ୟାଙ୍କଙ୍କକୁ ଚାଲୁ ରହିଛି ।

କିଛି ବିମାନ ସେବା ଅଫ୍ ସିଜିନ ପାଇଁ ବନ୍ଦ ହୋଇଛି ବିମାନ ଇନ୍ଧନକୁ ନେଇ କୌଣସି ସମସ୍ୟା ନଥିବା ସେ ସ୍ପଷ୍ଟ କରିଛନ୍ତି । ଏଥିସହ ଚଳିତ ବର୍ଷର ଗ୍ରୀଷ୍ମ ସିଡ୍ୟୁଲ ମଧ୍ୟ ଆସିଛି । ଏହି ସିଡ୍ୟୁଲରେ ଭୁବନେଶ୍ୱରରୁ ଯାଉଥିବା କିଛି ସହରକୁ ବିମାନ ସେବା ବନ୍ଦ ହୋଇଛି । ଇନ୍ଦୋର ଡେରାଡୁନ, କୋଚିକୁ ବିମାନ ସେବା ବନ୍ଦ କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.