Latest Odisha News

BREAKING NEWS

ମୁଣ୍ଡଳୀ ଛୁଇଁଲା ହୀରାକୁଦରୁ ନିଷ୍କାସିତ ଜଳ: ପ୍ରବାହିତ ହେଉଛି ୮୭ ହଜାରରୁ ଅଧିକ କ୍ୟୁସେକ ଜଳ

ଭୁବନେଶ୍ବର: ମୁଣ୍ଡଳୀ ଛୁଇଁଲା ହୀରାକୁଦ ବନ୍ୟା ଜଳ । ହୀରାକୁଦ ୨୦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀ ଫୁଲିବାରେ ଲାଗିଛି । ଧୀରେ ଧୀରେ କଟକ ମୁଣ୍ଡଳି ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳି ଜଳସ୍ତର ୮୭,୭୦୦ କ୍ୟୁସେକ ଜଳ ପ୍ରବାହିତ ହେୁଛି । ପରେ ମହାନଦୀରେ ଏହା ୪.୫ ଲକ୍ଷ କ୍ୟୁସେକ୍ ପ୍ରବାହିତ ହେବାର ସମ୍ଭାବନା ରହିଛି । ସେପଟେ ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ହୀରାକୁଦ ଜଳ ନିଷ୍କସିତ କରୁଥିବା ବେଳେ ବନ୍ୟା ଆଶଙ୍କା ନାହିଁ, ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ନିଶ୍ଚିତ କରିଛନ୍ତି ଅଧିକାରୀ ।

ଜଳ ସମ୍ପଦ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ହୀରାକୁଦ ଡ୍ୟାମର ୨୦ଟି ସ୍ଲୁଇସ୍ ଗେଟ୍ ଦେଇ ପାଣି ଛଡ଼ାଯାଉଛି, ବାମ ପାର୍ଶ୍ୱରେ ୧୩ଟି ଏବଂ ଡାହାଣ ପାର୍ଶ୍ୱରେ ୭ଟି । ତେବେ ଏହି ବନ୍ୟାଜଳ ଡେଲ୍ଟା ଅଞ୍ଚଳରେ ପହଞ୍ଚିବା ଆରମ୍ଭ କରିଥିବା ବେଳେ ମହାନଦୀର ତଳିଆ ଭାଗରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।

ଏଥିସହିତ ତଳମୁଣ୍ଡରେ ବର୍ତ୍ତମାନ କୌଣସି ବନ୍ୟା ବିପଦ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅଧିକାରୀ । କହିଛନ୍ତି, ରିଅଲ୍-ଟାଇମ୍ ମନିଟରିଂ ଚାଲିଛି ଏବଂ ଗେଟ୍ କାର୍ଯ୍ୟ ସମ୍ବନ୍ଧୀୟ ପରବର୍ତ୍ତୀ ନିଷ୍ପତ୍ତି ଉପରମୁଣ୍ଡରେ ବର୍ଷା ଉପରେ ନିର୍ଭର କରିବ। ଉପରମୁଣ୍ଡରେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ହୀରାକୁଦରେ ଜଳପ୍ରବାହକୁ କଡ଼ାକଡ଼ି ଟ୍ରାକ୍ କରାଯାଉଛି। ଯଦି ମହାନଦୀ ଅବବାହିକାରେ ଯୋଗାଉଥିବା ଅଞ୍ଚଳଗୁଡ଼ିକରେ ବର୍ଷା ତୀବ୍ର ହୁଏ ତେବେ ଅତିରିକ୍ତ ଗେଟ୍ ଖୋଲାଯାଇପାରେ ।

ସେପଟେ ହୀରାକୁଦ ଡ୍ୟାମର ବର୍ତ୍ତମାନର ଜଳସ୍ତର ୬୦୯.୭୯ ଫୁଟ ରହିଛି। ଜଳଭଣ୍ଡାର ପ୍ରତି ସେକେଣ୍ଡରେ ୩ ଲକ୍ଷ ୪୨ ହଜାର ୪୫୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ତଳକୁ ୩ ଲକ୍ଷ ୩୫ ହଜାର ୬୪୯ କ୍ୟୁସେକ୍ ପାଣି ଛାଡିଛି । ଜଳ ପ୍ରବାହ ଉପରେ ସାମାନ୍ୟ ଜଳ ପ୍ରବାହ ବୃଦ୍ଧି ଯୋଗୁଁ ଜଳଭଣ୍ଡାରରେ ଧୀରେ ଧୀରେ ବୃଦ୍ଧି ଘଟିଛି, ଯାହା ଫଳରେ ନଦୀର ଗତିପଥ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତି ବୃଦ୍ଧି ପାଇଛି ।

ସେପଟେ ରାଜ୍ୟରେ ଆଜି ଅଧା ଜିଲ୍ଲାରେ ବଡ ଧରଣର ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଥିବା ବେଳେ ଫୁଲୁଛି ବୈତରଣୀ ନଦୀ । ତେଣୁ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ଆଗୁଆ ସତର୍କ କରାଯାଇଛି ।

Comments are closed.