Latest Odisha News

BREAKING NEWS

ଦୟାନଦୀରେ ଘାଇ, ଜଳବନ୍ଦୀ ପୁରୀ ଜିଲ୍ଲା କଣାସ ଅଞ୍ଚଳ

ପୁରୀ: ବଢୁଛି ଦୟାନଦୀ । କୂଳ ଲଙ୍ଗିବା ଆରମ୍ଭ କରିଛି । ଫଳରେ କଣାସ ବ୍ଲକ୍‌ରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ମାଟିଆପଡ଼ା ନିକଟରେ ଦୟାନଦୀରେ ଶହେ ଫୁଟର ଘାଇ ହୋଇଛି । ଗତକାଲି ରାତିରେ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି ।

ଦୟାନଦୀରେ ପାଣିରେ ଆଖାପାଖ ଗାଁ ଜଳାର୍ଣ୍ଣବ । କଣାସ ବ୍ଲକ୍‌ର ପାଣ୍ଡିଆକେରା, ଦୋକଣ୍ଡା, ଗଡ଼ସାନପୁଟ, ବଡ଼ାଶ ଆଦି ‌ପଞ୍ଚାୟତ ଏବେ ପାଣିଘେରରେ । ବିଭିନ୍ନ ଗାଁରେ ଲୋକଙ୍କ ଘରେ ପାଣି ପ୍ରବେଶ କରିଛି । ବୁଡ଼ି ଯାଇଛି ଲୋକଙ୍କ ଆସବାବପତ୍ର ।

ରାସ୍ତାଘାଟ, ଜମିବାଡ଼ି ସବୁ ବୁଡ଼ିଗଲାଣି । ଧିରେ ଧିରେ ଘାଇ ବିରାଟକାୟ ରୂପ ନେବାରେ ଲାଗିଛି । ପ୍ରଶାସନ ଘାଇ ବନ୍ଧାଇବାକୁ ଉଦ୍ୟମ ଚଳାଇଛି ।

Leave A Reply

Your email address will not be published.