Latest Odisha News

ଲଘୁଚାପ ବର୍ଷାରେ ବେହାଲ ମାଲକାନଗିରି, ବୁଡିଗଲା ୩ ଟି ପୋଲ

ମାଲକାନଗିରି : ଲଘୁଚାପ ବର୍ଷା ଯୋଗୁଁ ବେହାଲ ହେଲା ସମଗ୍ର ମାଲକାନଗିରି ଜିଲ୍ଲା । ଦିନିକିଆ ବର୍ଷାରେ ବୁଡିଗଲା ୩ ଟି ପୋଲ । ଏମଭି-୩ ଏମଭି-୨ ଓ ପ୍ରଧାନୀଗୁଡା ନଦୀର ପୋଲ ଉପରେ ପ୍ରାୟ ୨ ରୁ ୩ ଫୁଟ ପର୍ଯ୍ୟନ୍ତ ପାଣି ପ୍ରଭାହିତ ହେଉଛି । ସବୁଠି ପୋଲର ଦୁଇ ପାର୍ଶ୍ୟରେ ଯାନ ବାହାନ ଅଟକି ରହିଛି । ମାଲକାନଗିରି ଠାରୁ ମୋଟୁ ଓ ଛତିଶଗଡ଼ ସୁକୁମା ମଧ୍ୟରେ ସଂଯୋଗ କରୁଥିବା ରାଜପଥ ବିଚ୍ଛିନ୍ନ ହୋଇ ଯାଇଛି ।

ବର୍ଷା ଯଗୁଁ ଜିଲ୍ଲା ସଦର ମହକୁମାର ବିଭିନ୍ନ ସାହି ଜଳମଗ୍ନ । ଜିଲ୍ଲା ସଦର ମହକୁମାର ଟେକଗୁଡା ସାହି, ଶ୍ରୀଲଙ୍କା କଲୋନୀ ସାହିରେ ଆଣ୍ଠୁଏ ଲେଖାଏଁ ପାଣି ଚାଲିବା ସହ ଘର ଗୁଡିକରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଛି । ଯାହା ଫଳରେ ସେହି ଲୋକମାନଙ୍କ ଘରେ ଥିବା ଖାଦ୍ୟ ସହ ଅନେକ ନିତ୍ୟ ବ୍ୟବହାର ସାମଗ୍ରୀ ନଷ୍ଟ ହୋଇ ଯାଇଛି । ଏବେ ବି ଜଳବନ୍ଦୀରେ ରହିଛନ୍ତି ଲୋକେ ।

Comments are closed.