Latest Odisha News

ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ପୂଜା ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପୂଜା ଭେଟି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତ ବୃଦ୍ଧି ପାଇଛି । ଜୁଲାଇ ମାସ ୨୧ ତାରିଖରୁ ସରକାରୀ କର୍ମଚାରୀ ମାନଙ୍କ ମହଙ୍ଗା ଭତ୍ତା ୧୧ ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ରାଜ୍ୟର ୪ଲକ୍ଷ କର୍ମଚାରୀ ଓ ସାଢେ ତିନିଲକ୍ଷ ପେନସନ ଭୋଗୀ ଉପୃକୃତ ହେବେ ।

ଅକ୍ଟୋବର ମାସ ଦରମାରେ ଏହି ବର୍ଦ୍ଧିତ ଦରମା ମିଳିବ । ବକେୟା ତିନି ମାସର ବର୍ଦ୍ଧିତ ଦରମା ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ । ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବଢ଼ି ୨୮ ପ୍ରତିଶତରେ ପହଁଚିଲାଣି।

Leave A Reply

Your email address will not be published.