Latest Odisha News

ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି

ଭୁବନେଶ୍ୱର :  ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଥିବାରୁ ପିସିସ ପକ୍ଷରୁ ଗଠିତ ହୋଇଛି ରାଜ୍ୟସ୍ତରୀ ବନ୍ୟା ରିଲିଫ କମିଟି । ଏହି କମିଟି ଜନସାଧାରଣଙ୍କୁ ସହଯୋଗ ଏବଂ ସାହାଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ନଦୀମାନଙ୍କରେ ଘାଇ ସୃଷ୍ଟି ହେବାଫଳରେ ହଜାର ହଜାର ଜନସାଧାରଣ, ଗୃହପାଳିତ ପଶୁ ବିପନ୍ନ ଅବସ୍ଥାରେ ଥିବାବେଳେ ହଜାର ହଜାର ଏକର ଚାଷଜମି, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଏହି ସ୍ଥିତିରେ ବନ୍ୟା ଦୁର୍ଗତ ଜନସାଧାରଣଙ୍କୁ ସାହାଯ୍ୟ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏକ “ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି” ଗଠନ କରାଯାଇଛି ।

ଏହି କମିଟିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ବିଧାୟକ, ଡ. ଲଲାଟେନ୍ଦୁ ମହାପାତ୍ର,  ଚିନ୍ମୟ ପ୍ରସାଦ ବେଉରା, ବରିଷ୍ଠ କଂଗ୍ରେସ ନେତା  ବିଭୁତି ମିଶ୍ର, ଶ୍ରୀ ସନତ ଦାସ,  ଅମୀୟ କୁମାର ପଟ୍ଟନାୟକ, (ଅଧ୍ୟକ୍ଷ, ପିସିସି କିଷାନ କଂଗ୍ରେସ), ବିଧାୟକ ପ୍ରାର୍ଥୀ ଶ୍ରୀ ସନ୍ତୋଷ ନନ୍ଦ ଓ ଶ୍ରୀ ମନୋଜ ସାହୁ ସଦସ୍ୟ ରହିଛନ୍ତି ।
ଏହି କମିଟି ଜିଲ୍ଲା କଂଗ୍ରେସ ସଭାପତି ମାନଙ୍କ ସହିତ ଯୋଗାଯୋଗ କରି ଏଭଳି ବନ୍ୟା ପରିସ୍ଥିତି ସମୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଯେଉଁ ସବୁ ସହାୟତା ବନ୍ୟା ପ୍ରପିଡ଼ିତଙ୍କୁ ଯୋଗାଇ ଦିଆଯିବ ସେ ସଂପର୍କରେ ସମନ୍ୱୟ ରକ୍ଷାକରି ରିଲିଫ ସାମଗ୍ରୀର ସୂଚାରୁ ବଂଟନ ଦାୟିତ୍ୱର ତଦାରଖ କରିବେ ବୋଲି ପିସିସି ପକ୍ଷରୁ କୁହାଯାଇଛି

Comments are closed.