Latest Odisha News

BREAKING NEWS

ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ହଟିଲେ ୩ ସିଏସଏଫ କମାଣ୍ଡୋ

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦାୟିତ୍ୱହୀନତା ନେଇ ୩ଜଣ ସିଏସଏଫ କମାଣ୍ଡୋଙ୍କୁ ହଟାଯାଇଥିବା ବେଳେ ଜଣେ ଡିଜି ଏବଂ କମାଣ୍ଡାଂଟ ର‌୍ୟାଙ୍କର ଅଧିକାରୀଙ୍କୁ ବଦଳି କରାଯାଇଛି । ଫେବୃୟାରୀ ୧୬ରେ ବାଙ୍ଗାଲୋରର ଜଣେ ବ୍ୟକ୍ତି ଡୋଭାଲଙ୍କ ଘରେ ବଳପୂର୍ବକ ପଶିବାକୁ ଉଦ୍ୟମ କରୁଥିଲେ । ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା । ଡୋଭାଲଙ୍କୁ ଜେଡ ସୁରକ୍ଷା ପ୍ରଦାନ କରାଯାଇଥିବା ବେଳେ ଏଥିରେ କିପରି ତ୍ରୁଟି ହେଲା ଏବଂ ଉକ୍ତ ବ୍ୟକ୍ତି କିପରି ସେ ପର୍ଯ୍ୟନ୍ତ ଗଲେ ସେ ନେଇ ତଦନ୍ତ କରାଯାଇଥିଲା । ଡୋଭାଲଙ୍କ ଉପରେ ଆତଙ୍କବାଦୀଙ୍କଠାରୁ ଆରମ୍ଭ କରି ପଡୋଶୀ ଶତ୍ରୁ ଦେଶ ଟାର୍ଗେଟରେ ରଖିଛନ୍ତି ।

BjdElectrycity
Leave A Reply

Your email address will not be published.