ଭୁବନେଶ୍ୱର : ପ୍ରବଳ ବର୍ଷା ପରେ ରାଜ୍ୟରେ ବନ୍ୟାର ବିଭୀଷିକା ସୃଷ୍ଟି ହୋଇଥିଲା । ଏଥିରେ ରାଜ୍ୟରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା । ଆଜି ରାଜ୍ୟରେ ହୋଇଥିବା ବନ୍ୟାର କ୍ଷୟକ୍ଷତି ରିପୋର୍ଟ ଆସିଛି।
ବନ୍ୟାରେ ୧୪ ହଜାର ୨୩୫ ଘର ଭାଙ୍ଗିଛି । ଏଥିରେ ୧ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି ସେଥିରେ ଶତକଡ଼ା ୩୩ ଭାଗରୁ ଅଧିକ ଫସଲ ହାନୀ ହୋଇଛି । ୫ ହଜାର ୩୬ ହେକ୍ଟର ଚାଷଜମି ବାଲିଚର, ୧୧୨୫ ଡଙ୍ଗା ଓ ଜାଲ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାପାଳମାନଙ୍କ କ୍ଷୟକ୍ଷତିର ଆକଳନକୁ ଭିତ୍ତିକରି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୨୮ କୋଟି ୫୮ ଲକ୍ଷ ଟଙ୍କାର ମଞ୍ଜୁର କରାଯାଇଛି।
Comments are closed.