Latest Odisha News

BREAKING NEWS

ବାପାଙ୍କୁ ଭାଲୁ କବଳରୁ ରକ୍ଷା କଲା ଝିଅ

ସିରୋହୀ: ରାଜସ୍ଥାନର ସିରୋହୀ ଜିଲ୍ଲାରେ ଏକ ଝିଅର ସାହସକୁ ସମସ୍ତେ ଭୂୟସୀ ପ୍ରଶଂସା କରୁଛନ୍ତି । କୃଷକ କରମା ରାମ ଚୌଧୁରୀଙ୍କୁ ହଠାତ ଏକ ଭାଲୁ ରାତି ଅଧରେ ଆକ୍ରମଣ କରିଥିଲା । ଘରକୁ ଲାଗି ଏହି ଜମି ଥିବାରୁ ଫସଲର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପରିବାର ସଜାଗ ରହିଥାନ୍ତି । ୫୦ ବର୍ଷୀୟ ରାମ ବାହାରେ ଶୋଇଥିବା ବେଳେ ତାଙ୍କ ପତ୍ନୀ ଏବଂ ଝିଅ ଘର ଭିତରେ ଥିଲେ । ହଠାତ ରାତି ୩ଟାରେ ବାପାଙ୍କ ଚିତ୍କାର ଏବଂ କୁକୁର ଶବ୍ଦ ଶୁଣି ମାଆ ଏବଂ ଝିଅ ଜୋଶନା ବାହାରକୁ ଦୌଡି ଆସିଥିଲେ । ସେତେବେଳକୁ ଭାଲୁ ବାରମ୍ବାର ଆକ୍ରମଣ କରି ରାମଙ୍କୁ ଅଧମରା କରି ଦେଇଥିଲା । ଏହା ଦେଖି ଜୋଶନା ପ୍ରଥମେ ଭୟଭୀତ ହୋଇଥିଲେ ମାତ୍ର ପରେ ସାହାସ ଜୁଟାଇ ଭାଲୁ ସହ ମୁକାବିଲା କରିଥିଲେ । ସେ ପାଖରେ ଥିବା ଏକ ବାଡିରେ ଭାଲୁକୁ ପିଟିବାକୁ ଲାଗିଥିଲେ । ଅନ୍ଧାର ଯୋଗୁ ଭାଲୁ ଭଲ ଭାବେ ଦେଖିପାରୁ ନ ଥିଲା । ଜୋଶନାର ମାଆ ମଧ୍ୟ ଭାଲୁ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରି ଦେଇଥିଲେ ।

ପାଖାପାଖି ୧୦ ମିନିଟ ସଂଘର୍ଷ ପରେ ଭାଲୁ ଜଙ୍ଗଲକୁ ପଳାଇ ଯାଇଥିଲା । ଜୋଶନା ଏହା ପରେ ଅନ୍ୟମାନଙ୍କ ସହାୟତାରେ ବାପାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ । ଏବେ ସେ ବିପଦମୁକ୍ତ ଅଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣା ପ୍ରଚାରିତ ହେବା ପରେ ସମସ୍ତେ ଏହି ସାହାସୀ ଝିଅଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଏ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ, ମୋ ମୁଣ୍ଡକୁ ଗୋଟିଏ କଥା ଜୁଟିଥିଲା ଯାହା ବି ହେଉ ବାପାଙ୍କୁ ଭାଲୁ କବଳରୁ ରକ୍ଷା କରିବି । ଯୋଶନା ୮ମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ତାଙ୍କ ଘରଠାରୁ ସ୍କୁଲ ବହୁତ ଦୂର ହୋଇଥିବାରୁ ସେ ପାଠପଢ଼ା ଅଧାରୁ ଛାଡି ଦେଇଛନ୍ତି ।

Leave A Reply

Your email address will not be published.